କନକ ବ୍ୟୁରୋ : ସେୟାର ମାର୍କେଟ ଟ୍ରେଡିଙ୍ଗ ନାଁରେ କୋଟି କୋଟି ଲୁଟ୍ । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ଆସାମ ତେଜପୁରରୁ ଅଭିଯୁକ୍ତକୁ ଗିରଫ କରିଛି ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଥିଲେ ଦେବୋଜିତ ତ୍ରିପାଠୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବାର ରହିଛି ଅଭିଯୋଗ ।
ତେବେ ବର୍ତ୍ତମାନର ଯୁବପିଢ଼ିଙ୍କୁ ରାତାରାତି କୋଟିପତି ହେବାର ନିଶା ଘାରିଛି । ସେହିଭଳି କିଛି ବ୍ୟକ୍ତିଙ୍କୁ ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟ୍ କରନ୍ତି ଏହି ଟ୍ରେଡିଂ ଲୁଟେରା । ତାଙ୍କ ନାଁରେ ଏତେଲା ପରେ ଶେଷରେ ଗିରଫ ହୋଇଛନ୍ତି ଏହି ଲୁଟେରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/05/w1ls8KNnQz2quUTcpxeJ.jpg)