କନକ ବ୍ୟୁରୋ : ଭୁବନେଶ୍ବର ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଆୟତ୍ତକୁ ଆସିନି ରାତିରୁ ଲାଗିଥିବା ନିଆଁ । ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ । କ୍ରେନ୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି ଅଗ୍ନିଶମ ଟିମ । ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ତୃତୀୟ ମହଲାରେ ଲାଗିଛି ନିଆଁ।  ଲିଙ୍ଗିପୁର ନିକଟରେ ଥିବା ଏକ ସୁପରମାର୍ଟରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିଥିଲା ।

Advertisment

ନିଆଁ ସୁପରମାର୍ଟର ତୃତୀୟ ମହଲାରେ ଆରମ୍ଭ ହୋଇଥିଲା ଏବଂ ଦୀର୍ଘ ସମୟ ଧରି ଜଳିବା ପରେ ଏବେ ବି ହୁତୁହୁତୁ ହୋଇ ଜଳୁଛି । ସୁପରମାର୍ଟରେ ରହିଥିବା ବିଭିନ୍ନ ପ୍ରକାରର ଦ୍ରବ୍ୟ ସାମଗ୍ରୀ ପୂରା କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଲଗାତାର ଚେଷ୍ଟା ଜାରି ରଖିଛନ୍ତି ।

ଅଧିକ ପଢନ୍ତୁ : ଲୁଗା ବ୍ୟବସାୟୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଦୀର୍ଘ ଘଣ୍ଟା ବ୍ୟାପି ଅଗ୍ନିଶମ କର୍ମଚାରୀମାନେ କାମ କରୁଥିଲେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆସିନାହିଁ । ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବିଦ୍ୟୁତ୍ ସର୍ଟ୍ ସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି ।  ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ବ୍ୟାପକ ଆର୍ଥିକ କ୍ଷତି ହୋଇଛି ।