କନକ ବ୍ୟୁରୋ : ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଉର୍ଦ୍ଧ୍ବ ପରିବା ଦୋକାନ । ପାରାଦୀପ ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତ୍ର ପ୍ରାୟ ୨ଟା ସମୟରେ ଅଗ୍ନିକାଣ୍ଡ ଘଟି ୫୦ରୁ ଉର୍ଦ୍ଧ୍ବ ପରିବା ଦୋକାନ ପୋଡି ପାଉଁଶ ହୋଇଯାଇଛି । ଦୋକାନରେ ଥିବା ଟଙ୍କା ପଇସା ସହ ପନିପରିବା , କମ୍ପୁଟର କଣ୍ଟା ଓ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି ।
ଯାଇଥିବା ଅଗ୍ନିଶମ ବିଭାଗର ୫ଟି ଦମକଳ ନିଆଁକୁ ଆୟତ୍ତ କରିଛି । ପାରାଦୀପ ବଣିକସଂଘର ମୁଖ୍ୟ ପରିବା ବ୍ୟବସାୟ କେନ୍ଦ୍ର ହୋଇଥିବା ବେଳେ ସମସ୍ତେ ଏହି ଦୋକାନ ଗୁଡିକ ଉପରେ ନିର୍ଭର କରିଥାନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମଶାଧୂପ କିମ୍ବା ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ : ବାଣ ଭିଡ଼ିବା ବେଳେ ବଡ଼ ଅଘଟଣ: ବିସ୍ଫୋରଣରେ ବାଣ ଭିଡୁଥିବା ବ୍ୟକ୍ତିଙ୍କ ମୃତ୍ୟୁ, ଜଳିଗଲା ତିନି ବଖରା ଘର
ତେବେ ପାରାଦୀପ ବନ୍ଦର ପକ୍ଷରୁ ଅସ୍ଥାୟୀ ଭାବେ ପିଣ୍ଡି ଯୋଗାଇ ଦିଆ ଯାଇଥିବା ବେଳେ ବ୍ୟବସାୟୀ ମାନେ କେବଳ ବାଉଁଶ ଓ ଜରି ପାଲରେ ଦୋକାନ ଗୁଡିକ ରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି । ତେବେ ପୂର୍ବରୁ ମଧ୍ୟ ଏହିଭଳି ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ପୋଡି ଯାଇଥିବାବେଳେ ଭେଣ୍ଡିଂ ଯୋନ୍ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ଏପର୍ଯ୍ୟନ୍ତ ଭେଣ୍ଡିଂ ଯୋନ ନିର୍ମାଣ କରାଯାଇପାରି ନାହିଁ । ଯାହା ଫଳରେ ଆଜି ନିଆଁ ଲାଗି ୫୦ରୁ ଉର୍ଦ୍ଧ୍ବ ଦୋକାନ ପୋଡି ପାଉଁଶ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/fire-2026-02-22-07-22-15.jpg)