କନକ ବ୍ୟୁରୋ: ବିଜେପି ସଭାପତି ହେବାର ୩ ମାସ ପରେ, ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ ନିଜର ନୂଆ ଟିମ୍ ତିଆରି କରିଛନ୍ତି । ୧୦ ଉପ ସଭାପତି, ୪ ସାଧାରଣ ସମ୍ପାଦକ ଆଉ ୧୦ ସମ୍ପାଦକଙ୍କ ସହିତ ଏହି ଟିମରେ ଅଛନ୍ତି ମୋଟ ୨୬ ଜଣ ନେତା । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମନମୋହନଙ୍କ ଏହି ନୂଆ ଟିମରେ କୌଣସି ସାଂସଦ କିମ୍ବା ବିଧାୟକଙ୍କୁ ପଦ ମିଳିନି । ଏପରିକି ପୂର୍ବରୁ ଦଳ ଉପ ସଭାପତି ଥିବା ଗୋଲକ ମହାପାତ୍ର, ନାଉରୀ ନାଏକ ଆଉ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ମିଳିନି କୌଣସି ପଦପଦବୀ ।
ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ ନିୟମରେ ଦଳର କୌଣସି ବି ସାଂସଦ କିମ୍ବା ବିଧାୟକଙ୍କୁ ଦଳର ସଙ୍ଗଠନରେ ପଦ ପଦବୀ ଦିଆଯାଇନି ବୋଲି କୁହାଯାଉଛି । ଏହି ଆଧାରରେ ଯେଉଁମାନେ ଏବେ ପଦପଦବି ପାଇନାହାନନ୍ତି ସେମାନଙ୍କୁ ଆଗକୁ ନିଗମ, ବୋର୍ଡ ଆଉ ଜିଲ୍ଲା ଯୋଜନା ବୋର୍ଡରେ ଥଇଥାନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଆଜି ଗୁଜରାଟ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ରିବାବା ଜାଡେଜାଙ୍କୁ ମିଳିଲା ମନ୍ତ୍ରୀ ପଦ
ମନମୋହନଙ୍କ ଏହି ନୂଆଟିମରେ ଅଛନ୍ତି ୧୦ ଜଣ ଉପ ସଭାପତି । ପ୍ରତିଟି ସାଙ୍ଗଠନିକ ଜିଲ୍ଲାରୁ ଜଣେ ଲେଖାଏଁ ନେତାଙ୍କୁ ଏହି ଉପ ସଭାପତି ପଦ ଦିଆଯାଇଛି । ଖୋର୍ଦ୍ଧାରୁ ଯତୀନ ମହାନ୍ତି, ନୟାଗଡ଼ରୁ ଅଶୋକ ମିଶ୍ର, ସୁନ୍ଦରଗଡ଼ରୁ କୁସୁମ ଟେଟେ ଆଉ ନବରଙ୍ଗପୁରରୁ ରମେଶ ଚନ୍ଦ୍ର ସାହୁ ଉପ ସଭାପତି ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାରୁ କେ ନାରାୟଣ ରାଓ, ବଲାଙ୍ଗୀର ଜିଲ୍ଲାରୁ ଶିବାଜୀ ମହାନ୍ତି, କଳାହାଣ୍ଡି ଜିଲ୍ଲାରୁ ଭାବେନ୍ଦ୍ର କୁମାର ପଣ୍ଡା ଏବଂ ବାଲେଶ୍ୱର ଜିଲ୍ଲାରୁ ସିପ୍ରା ବାଜପେୟୀ ଉପ ସଭାପତି ହୋଇଛନ୍ତି । ତାଙ୍କ ସହିତ ରାଉରକେଲାରୁ ସୁଦର୍ଶନ ଗୋଏଲ ଆଉ କେନ୍ଦ୍ରାପଡ଼ାରୁ ବିଷ୍ଣୁ ଦାସ ହୋଇଛନ୍ତି ବିଜେପିର ଉପ ସଭାପତି ।
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ Exclusive ; ‘ନବୀନଙ୍କ ନିଷ୍ପତ୍ତି ମୋ ପାଇଁ ସରପ୍ରାଇଜ୍’
ଏହାସହିତ ପୂର୍ବରୁ ଉପ ସଭାପତି ଥିବା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଏଥର ସାଧାରଣ ସମ୍ପାଦକ ପଦ ମିଳିଛି । ସେହିପରି ପୂର୍ବରୁ ସାଧାରଣ ସମ୍ପାଦକ ଥିବା ସାରଦା ପ୍ରସାଦ ଶତପଥୀ ଆଉ ସୀମାଞ୍ଚଳ ଖଟେଇଙ୍କୁ ମଧ୍ୟ ସାଧାରଣ ସମ୍ପାଦକ ପଦ ମିଳିଛି । ଆଉ ଏଥିରେ ନୂଆ ସଦସ୍ୟ ଭାବେ ପୂର୍ଣ୍ଣିମା ପ୍ରିୟଦର୍ଶିନୀଙ୍କୁ ସାମିଲ କରାଯାଇଛି । ଏହାବାଦ୍ ୧୦ ଜଣ ନେତାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ମନମୋହନ ନିଜର ନୂଆ ଟିମ୍ ଗଠନ କରିବା ପରେ ଏବେ ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଓବିସି ମୋର୍ଚ୍ଚା ସହିତ ଅନ୍ୟ ସବୁ ମୋର୍ଚ୍ଚାରେ ମଧ୍ୟ ଖୁବଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି ।