କନକ ବ୍ୟୁରୋ : ରାତି ପାହିଲେ ଖୋଲିବ ମଣ୍ଡି । ଉଠିବ ଧାନ । ହେଲେ ଆରମ୍ଭରୁ ଝୁଣ୍ଟିଛନ୍ତି ସରକାର । ପ୍ରଥମରୁ ମଣ୍ଡି ଖୋଲିବା ପାଖାପାଖି ମାସେ ବିଳମ୍ବିତ ହୋଇଛି । ଏବେ ଚାଷୀଙ୍କୁ ଧାନ ବିକିବାକୁ ଟୋକନ ମିଳିନି । ମିଲର୍ସଙ୍କ ସହ ଚୁକ୍ତି କରିବାକୁ ସରକାର ବି ଯେପରି ଭୁଲିଯାଇଛନ୍ତି । ପ୍ରଶ୍ନ ଉଠିଛି, ଅବ୍ୟବସ୍ଥା ଭିତରେ କେମିତି ଉଠିବ ଧାନ ? ଦେଖନ୍ତୁ ଗ୍ରାଉଣ୍ଡଜିରୋରୁ ଏହି ରିପୋର୍ଟ । 

Advertisment

ଅଧିକ ପଢ଼ନ୍ତୁ-ଏସ୍‌ଏଚ୍‌ଜି ନାଁରେ ଚଳିବନି ଦଲାଲ ରାଜ୍‌; ମହିଳା ଏସ୍‌ଏଚ୍‌ଜିଙ୍କୁ ନ ମିଳୁ ମଣ୍ଡି ଦାୟିତ୍ୱ

 
ଏ ହେଉଛି ବାସ୍ତବତା। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଶୁକ୍ରବାର ଠାରୁ ମଣ୍ଡି ଖୋଲିବ । ବରଗଡ ଓ ସମ୍ବଲପୁରରେ ମଣ୍ଡିରୁ ଧାନ ଉଠିବ । ହେଲେ ଧାନ ବିକିବ କିଏ ? ତାହା ସବୁଠୁ ବଡ ପ୍ରଶ୍ନ । କାରଣ ଜିଲ୍ଲାର କୌଣସି ଚାଷୀଙ୍କୁ ଏଯାଏଁ ମିଳିନି ଟୋକନ । କେବଳ ଏତିକି ନୁହେଁ, ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇନି । ତେଣୁ ଧାନ ମିଲର୍ସ କେମିତି କିଣିବେ ତାହା ବି ସଂଶୟ ଭିତରେ । ଏବାବଦରେ ଯୋଗାଣ ବିଭାଗ ସନ୍ତୋଷଜନକ ଉତ୍ତର ଦେଉନାହିଁ । ସରକାରଙ୍କ ଏଭଳି ବେପରୁଆ ମନୋବୃତ୍ତି ଚାଷୀଙ୍କୁ କ୍ଷତିରେ ପକାଇବ ।

ଅଧିକ ପଢ଼ନ୍ତୁ-ଧାନ କିଣାକୁ ନେଇ ନୂଆ ବିବାଦ; ଏସ୍‌ଏଚ୍‌ଜିଙ୍କ ନାଁରେ ଦଲାଲ ଚଳାଉଛନ୍ତି ମଣ୍ଡି!

 ଗ୍ରାଉଣ୍ଡ ଜିରୋର ଚିତ୍ର ଦେଖନ୍ତୁ ଧାନ ଅମଳ କରି କିଏ ରାସ୍ତାରେ ପକାଇଛି ତ ପୁଣି କିଏ ବସ୍ତାରେ ପ୍ୟାକିଂ କରି ରଖିଛି । ହେଲେ ଟୋକନ ମିଳିନଥିବାରୁ ଚିନ୍ତାରେ ଚାଷୀ ।  ଅଧିକ ଦିନ ଧାନ ପଡ଼ିରହିଲେ ଶୀତୁଆ ପାଗରେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ଯାହାର ଫାଇଦା ଦଲାଲ ଉଠାଉଛନ୍ତି । ଅନ୍ୟପଟେ ଦଲାଲଙ୍କୁ ମାଲେମାଲ କରିବାକୁ ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ। କାହିଁକି ଟୋକନ୍‌ ମିଳୁନି? ବୋଲି ଜିଲ୍ଲାପାଳ ଅଫିସ ଯାଇ ପ୍ରଶ୍ନ କରିଛନ୍ତି ଚାଷୀ।

ଅଧିକ ପଢ଼ନ୍ତୁ- ମଣ୍ଡି ହ୍ୟାଣ୍ଡଲିଂ ନାଁରେ ଶହ ଶହ କୋଟି ଲୁଟ୍; କନକ ନ୍ୟୁଜ୍ ହାତରେ ଲାଗିଲା ଦସ୍ତାବିଜ୍

ସମ୍ବଲପୁରରେ ୬୫ ହଜାର ୧୪୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୧୩୪ଟି ମଣ୍ଡିରେ କିଣାଯିବ ଧାନ। ସେହିପରି ବରଗଡ଼ରେ ୧ ଲକ୍ଷ ୬୩ ହଜାର ୭୨୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ହେଲେ ପ୍ରଶ୍ନ ଉଠୁଛି,  ଧାନ ବିକିବେ କାହାକୁ?