କନକ ବ୍ୟୁରୋ : ମଣ୍ଡି ହ୍ୟାଣ୍ଡଲିଂ ନାଁରେ ପ୍ରତିବର୍ଷ ଲୁଟ ହେଉଛି ଶହ ଶହ କୋଟି । ସମସ୍ତେ ଜାଣନ୍ତି କିନ୍ତୁ ଭାଗ ପାଇ ସମସ୍ତେ ଚୁପ୍ । ଓଡ଼ିଶାରେ ମଣ୍ଡି ହ୍ୟାଣ୍ଡଲିଂର ଚିହ୍ନବର୍ଣ୍ଣ ନଥିବା ବେଳେ ଏହା ବାବଦକୁ ନକଲି ବିଲ୍ ହେଉଛି, ଟଙ୍କା ବି ଉଠୁଛି ।
ମଣ୍ଡି ହ୍ୟାଣ୍ଡଲିଂ ନାଁରେ ଏମିତି କୋଟି ଟଙ୍କା ଖର୍ଚ୍ଚ ହୋଇଛି । କନକ ନ୍ୟୁଜ୍ ହାତରେ ଲାଗିଥିବା ଦସ୍ତାବିଜରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ବରଗଡ଼ରେ ବର୍ଷକୁ ମଣ୍ଡିଂ ହ୍ୟାଣ୍ଡେଲିଂ ନାଁରେ ୧୨ କୋଟି ଟଙ୍କା ନେଇଛନ୍ତି ମିଲର୍ସ । ଏପଟେ ସମ୍ବଲପୁରରେ ୨୦୨୩-୨୪ ବର୍ଷର ଶ୍ରମିକଙ୍କ ପାରିଶ୍ରମିକ ବାବଦକୁ ୨ କୋଟି ୪୬ ଲକ୍ଷ ୫୭ ହଜାର ୮୭୧ଟଙ୍କା ମିଲର୍ସଙ୍କୁ ଦିଆଯାଇଛି । ମଣ୍ଡିଂ ହ୍ୟାଣ୍ଡଲିଂ ନାଁରେ ମିଲର୍ସଙ୍କୁ ଟଙ୍କା ଦିଆଯାଉଥିବା କଥାକୁ ସ୍ୱୀକାର କରିଛନ୍ତି ସମ୍ବଲପୁର ଯୋଗାଣ ଅଧିକାରୀ । କିନ୍ତୁ ମଣ୍ଡିଂ ହ୍ୟାଣ୍ଡଲିଂ ହେଉଛି ନା ନାହିଁ ଏନେଇ କାହା ପାଖରେ ଜବାବ ନାହିଁ ।
ଅଧିକ ପଢ଼ନ୍ତୁ : ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ ଟଙ୍କା; ତାମିଲନାଡ଼ୁରୁ ଡିବିଟି ମାଧ୍ୟମରେ ଟଙ୍କା ପଠାଇଲେ ମୋଦୀ
ପରିବହନ ବ୍ୟତୀତ ମଣ୍ଡି ହ୍ୟାଣ୍ଡଲିଂ ପାଇଁ କ୍ୱିଣ୍ଟାଲ ପିଛା ୧୩ ଟଙ୍କା ଦଉଛନ୍ତି କେନ୍ଦ୍ର ସରକାର । ସେହିପରି କିଲୋମିଟର ଅନୁଯାୟୀ ପରିବହନ ଖର୍ଚ୍ଚ ପୁଣି ଅଲଗା । ସବୁଠାରୁ ବଡ଼କଥା ମଣ୍ଡି ହ୍ୟାଣ୍ଡଲିଂ ପାଇଁ କାମ କରୁଥିବା ଶ୍ରମିକ ଓ ଗାଡ଼ି ପାଇଁ ଟେଣ୍ଡର ହେବା କଥା । କିନ୍ତୁ ସବୁକିଛିର ଧଜ୍ଜିଆ ଉଡ଼ାଇ କେବଳ ଟଙ୍କା ଖର୍ଚ୍ଚ ହେଉଛି । ଚାଷୀ ନିଜେ ନିଜ ଗାଡ଼ିରେ ଧାନ ପ୍ୟାକିଂ କରି ମଣ୍ଡିକୁ ନେଉଛି ସେ ବାବଦକୁ ଟଙ୍କା ନେଇଯାଉଛନ୍ତି ମିଲର ।
ଯଦି ଦୁଇଟି ଜିଲ୍ଲାରେ ଏତିକି ତେବେ ପୂରା ରାଜ୍ୟରେ କେତେ ହିସାବ କରନ୍ତୁ । ମଣ୍ଡି ହାଣ୍ଡଲିଂ ନାଁରେ ପ୍ରତିବର୍ଷ କୋଟି କୋଟି ଟଙ୍କା ହଡପ ହେଉଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ଉଭୟ ମିଲର, ଅଫିସର ଓ ରାଜନେତାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/19/mandi-handling-scam-2025-11-19-20-06-01.jpg)