କନକବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ । ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନ ୪ଟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ। କଂଗ୍ରେସ ତରଫରୁ ମୁଲତବୀ ପ୍ରସ୍ତାବ ଅଣାଯାଇଛି ।
ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ : ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ୍
ସେପଟେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନ କାଳ ରହିଛି । ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଉଭୟ ଶାସକ ଓ ବିରୋଧୀ । ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/4-2025-11-28-11-01-42.jpg)