The madness Photograph: (KanakNews)
କନକ ବ୍ୟୁରୋ: ନାବାଳିକା ପ୍ରେମିକର ଉନ୍ମତ୍ତ କାଣ୍ଡ । ଘରେ ପଶି ନାବାଳିକା ପ୍ରେମିକାର ବାପାର କାଟିଲା ଗଳା । ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆରୁହା ପଞ୍ଚାୟତରୁ ଆସିଛି ଏଭଳି ଖବର। ନାବାଳିକା ଝିଅକୁ ବରଣ୍ଡୁଆ ପଞ୍ଚାୟତର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରମ କରୁଥିଲା । ମାଡ଼ ମାରିବା ସହିତ ଜୋର ଜବରଦସ୍ତ ଭଲ ପାଇବାକୁ କହୁଥିଲା ଅଭିଯୁକ୍ତ । ଏପରିକି ଧମକାଇ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ।
ସହିପାରିଲାନି ବାପାର ହୃଦୟ ; ଝିଅକୁ ଅସଦାଚରଣ କରିଥିବା ଯୁବକକୁ କରିଦେଲେ ହତ୍ୟା
ଆଜି ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଆସିଥିବା ବେଳେ ଝିଅର ବାପାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଉତ୍ୟକ୍ତ ନାବାଳକ ପାଖରେ ରଖିଥିବା ଏକ ଛୁରୀରେ ଝିଅର ବାପାଙ୍କୁ ଆକ୍ରମଣ କରିଥିଲା । ଯୁବତୀଙ୍କ ବାପାଙ୍କ ବେକରେ ଛୁରୀ ବାଜି କଟିଯାଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ନାବଳକ ପ୍ରେମିକ ଫେରାର ଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।
Follow Us