କନକ ବ୍ୟୁରୋ : ଝିଅକୁ ଅସଦାଚରଣ କରୁଥିବା ନେଇ ଯୁବକଙ୍କୁ ହତ୍ୟାକଲା ବାପା । ହତ୍ୟାପରେ ପୁଲିସ ନିକଟରେ କଲେ ଆତ୍ମସମର୍ପଣ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା l ଝିଅକୁ ଅସଦାଚରଣ କରୁଥିବା ନେଇ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କଲା ବାପା । ମୃତ ଯୁବକ ହେଲେ ଦଦରାଘାଟି ଫାଣ୍ଡି ଆଖୁଆପାଳ ପଞ୍ଚାୟତ ୧ ନମ୍ବର କଲୋନୀର କରୁଣାକର ବେହେରା ।
ଅଭିଯୋଗ ଅନୁସାରେ ୧ନମ୍ବର କଲୋନୀର କାଶୀନାଥ ବେହେରାଙ୍କ ପୁଅ କରୁଣାକର ଜେସିବି ହେଲ୍ପର ଭାବେ ତିନି ଦିନ ହେଲା ମୋହନପଶି ଗାଁରେ କାମ କରୁଥିଲେ । ଗତକାଲି ରାତିରେ କରୁଣାକର , ଗାଁର ଜଣେ ଯୁବତୀଙ୍କୁ ଅସଦାଚରଣ କରୁଥିବା ସମୟରେ ଯୁବତୀଙ୍କ ବାପା ଦେଖି ଦେଇଥିଲେ । ଏଥିରେ ଉତକ୍ଷିପ୍ତ କରୁଣାକରଙ୍କୁ ହତ୍ୟା କରି ମୃତଦେହକୁ ଗାଁ ନିକଟରେ ଥିବା ଗମ୍ଭାରୀଆ ନାଳ ନିକଟରେ ଫିଙ୍ଗିଦେଇ ଥିବା ହୋଇଛି ଅଭିଯୋଗ । ଏହାପରେ ଥାନାକୁ ଯାଇ ଯୁବତୀଙ୍କ ବାପା ଆତ୍ମସମର୍ପଣ କରିଛନ୍ତି । ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣା ସମ୍ପର୍କ ରେ ଅଧିକ ପଚରାଉଚୁରା ଜାରି ରଖିଛି ।