କନକ ବ୍ୟୁରୋ: ଦିଲ୍ଲୀ ଯୁବତୀଙ୍କୁ ଯାଜପୁରରେ ଅସଦାଚରଣ ଘଟଣା । ମଙ୍ଗଳପୁର ଆଇଆଇସି ଜଗଦୀଶ କରଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ପୁଲିସ ଅନୀଲଙ୍କ ସହ ଫୋନରେ କଥା ହୋଇଥିଲେ । ହେଲେ ଅନୀଲ ଭୟଭୀତ ହୋଇ କନିଆରି ଫଳ ଖାଇ ପୁଲିସକୁ ଦେଖାହୋଇଥିଲା । ପୁଲିସ ଏହା ଜାଣିବା ପରେ ଅନିଲଙ୍କୁ ଗିରଫ କରିବା ସହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଯୁବକ ନୀତେଶ ଜେନା ଏବେ ବି ଫେରାର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ବିରଜା ମନ୍ଦିରକୁ ବୁଲିବାକୁ ଆସିଥିବା ଦିଲ୍ଲୀର ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏମିତିକି ତାଙ୍କୁ ସୁରକ୍ଷା ଦେବାକୁ ଆସିଥିବା ୨ ଜଣ ସମ୍ପର୍କୀୟ ଯୁବକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ପୀଡ଼ିତା ଦଶରଥପୁର ଥାନାରେ ଅଭିଯୋଗ କରିବା ପରେ ଯାଜପୁର ଏସପି ଘଟଣାର ତଦନ୍ତ ପାଇଁ ମଙ୍ଗଳପୁର ଥାନା ଆଇଆଇସିକୁ ନିର୍ଦ୍ଦେଶ ଦେଇଥିଲେ ।