କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଜାତିକୁ ନେଇ ବିବାଦ ତେଜିବାରେ ଲାଗିଛି । ବିଜେଡି ଟିକଟରେ ଚିତ୍ରକୋଣ୍ଡା ଯୋନ-୨ର ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ ସମାରୀ ତାଙ୍ଗୁଲୁ । ତେବେ ସମାରୀ ଆଦିବାସୀ ନୁହଁ ବରଂ ଅଣଆଦିବାସୀ ବୋଲି ଅଭିଯୋଗ କରିଛନ୍ତି ବିଏସପି ନେତା। ଯାହାକୁ ନେଇ କୋଟିଆ ସମାଜ ଠାରୁ ଆରମ୍ଭ କରି ବିଜେଡି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ମାଲକାନଗିରିରେ ଅନରକିଲିଂ! ଝିଅର ପ୍ରେମିକଙ୍କ ହତ୍ୟା ପଛରେ ବାପା
ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଏବେ ବିବାଦରେ। ସମାରୀଙ୍କ ଜାତିଗତ ପ୍ରମାଣ ପତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଦିବାସୀ ନେତା । ସମାରୀଙ୍କ ବାପା ଖଗପତି ତାଙ୍ଗୁଲୁଙ୍କ ଚିତ୍ରକୋଣ୍ଡା ତହସିଲର ବଡ଼ପଡ଼ା ମୌଜାରେ ଥିବା ଜମି ପଟ୍ଟା। ଯେଉଁଥିରେ ଖଗପତିଙ୍କ ଜାତି କଟିଆ (ସାଧାରଣ) ଉଲ୍ଲେଖ ରହିଛି । ଯାହାକୁ ନେଇ ସମାରୀ ଅଣଆଦିବାସୀ ବୋଲି ଅଭିଯୋଗ କରିଛି ବହୁଜନ ସମାଜ ପାର୍ଟି । ସମାରୀଙ୍କୁ ତୁରନ୍ତ ଜିଲ୍ଲା ପରିଷଦ ପଦରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ବିଏସପିର ଜିଲ୍ଲା ସଭାପତି ଜରା ସବର ମାଢ଼ି ।
୩୪ ବର୍ଷ ଧରି ଆତଙ୍କ ଖେଳାଇଥିଲା ହିଡମା; ମାଓ କ୍ୟାରିୟରେ କରିଛି ୩୬୭ ହତ୍ୟା
ଓଡିଶା ସରକାରଙ୍କ ଆଇନ ବିଭାଗରର ବିଜ୍ଞପ୍ତି ଅନୁଯାୟୀ, କୋଟିଆ ଓ କଟିଆ ଉଭୟ ଅନୁସୂଚିତ ଜାତି ତାଲିକା ଅନ୍ତର୍ଭୁକ୍ତ । କେଉଁ ଆଧାରରେ ଏହି ପଟ୍ଟାରେ କଟିଆକୁ ସାଧାରଣ ବର୍ଗ ବୋଲି ଉଲ୍ଲେଖ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ। କୋଟିଆ ସମ୍ପ୍ରଦାୟର ଲୋକ ଏକାଠି ହୋଇ ବିଏସପିର କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ବିଏସପିର ସଭାପତି ଜରାଙ୍କ ପୁଅ ଚାକିରିରୁ ବାଦ ପଡ଼ିଥିବାରୁ ଏପରି ଅଭିଯୋଗ ଆଣୁଥିବା କହିଛନ୍ତି ସମାରୀ ।
କୌଣସି ଜମି ପଟ୍ଟାରେ ଜାତି ନିକଟରେ ବର୍ଗ ଉଲ୍ଲେଖ କରାଯାଏ ନାହିଁ । ସମାରୀଙ୍କ ବାପାଙ୍କ ନାଁରେ ଥିବା ଜମି ପଟ୍ଟାରେ କାହିଁକି ସାଧାରଣ ବୋଲି ଉଲ୍ଲେଖ ରହିଛି, ତାହା ହିଁ ସନ୍ଦେହ ଘେରରେ।
Follow Us