କନକ ବ୍ୟୁରୋ : ଝିଅ ପ୍ରେମ କଲା ବୋଲି ବାପା ସାଜିଲେ ହତ୍ୟାକାରୀ । ନାବାଳକ ପ୍ରେମିକକୁ ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବଡ଼ାଗୁଡ଼ା ଗାଁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ । କଲେଜ ଛାତ୍ର ବିଷ୍ଣୁ ନାୟକଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିଲା ନରରାକ୍ଷସ । ସବୁ ପ୍ରମାଣ ଏକାଠି କରି ନାବାଳିକାଙ୍କ ବାପା ସମେତ ୨ ସହଯୋଗୀ ମନୋଜ ଏବଂ ସାଗରଙ୍କୁ ଗିରଫ କରି ଜେଲ ପଠାଇଛି ପୁଲିସ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିନୋଦ କୁମାର ଏବେ ବି ଫେରାର । ସେପଟେ ନାବାଳିକା ପ୍ରେମିକା ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଝିଅ ଆତ୍ମହତ୍ୟା ପାଇଁ ମାଥିଲି ଥାନା ଆଇଆଇସିଙ୍କୁ ଦାୟୀ କରିଛନ୍ତି ମୃତ ନାବାଳିକାଙ୍କ ମାଆ । 

Advertisment

ଦାରିଙ୍ଗବାଡ଼ିରେ ଲଜ୍ୟା, ଚପଲ୍ କିଣିବା ବାହାନାରେ ଡାକି ନେଇ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ

୩୦ ସେପ୍ଟେମ୍ବର ୨୦୨୫ 
କତାମେଟା ଦଶହରା ବୁଲାଇବାକୁ ନେଇ ହତ୍ୟା ଷଡ଼୍‌ଯନ୍ତ୍ର ରଚିଥିଲା ବିନୋଦ କୁମାର
ନାବାଳିକା ପ୍ରେମିକା ସହ ବିଷ୍ଣୁଙ୍କ ପ୍ରେମ ସମ୍ପର୍କକୁ ସହିପାରୁନଥିଲା
ନିଜେ ମଧ୍ୟ ପ୍ରେମ ନିବେଦନ କରିପାରୁନଥିଲା 
ପ୍ରେମିକାର ବାପାଙ୍କୁ ସତମିଛ କହି ହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲା 

ଶେଷରେ ସହଯୋଗୀଙ୍କ ଦ୍ବାରା ରେଙ୍ଗାବେଡା ଗାଁରୁ ବିଷ୍ଣୁଙ୍କୁ ଡାକିଥିଲା । ପାଙ୍ଗାମ ନିକଟସ୍ଥ ବଡାଗୁଡ଼ା ଗାଁ ପୋଖରୀ ପାଖରେ ଅଭିଯୁକ୍ତମାନେ ପ୍ଲାଷ୍ଟିକ ଦଉଡ଼ିରେ ବିଷ୍ଣୁଙ୍କ ବେକକୁ ବାନ୍ଧି ଦେଇଥିଲେ । ପରେ ଏକ ଧାରୁଆ ଅସ୍ତ୍ରରେ ୧୬ଥର ତାଙ୍କ ଛାତିରେ ଭୁସି ସଂଘବଦ୍ଧ ହତ୍ୟା କରିଥିଲେ ୪ ଅଭିଯୁକ୍ତ । ପାରିପାର୍ଶ୍ବିକ ସ୍ଥିତି ଏବଂ ଡିଜିଟାଲ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ପୁଲିସ । ସେପଟେ ନାବାଳିକାଙ୍କ ମୃତ୍ୟୁ ନେଇ ପୁଲିସ ବିରୋଧରେ ଅଭିଯୋଗ ଘଟଣାରେ ସ୍ପଷ୍ଟୀକରଣ ଦେଇଛି ମାଥିଲି ପୁଲିସ ।