କନକ ବ୍ୟୁରୋ : ନଈରୁ ପାଣି ଶୁଖିବା ପରେ ପରେ ମାତିଲେଣି ବାଲି ମାଫିଆ । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ନଇ ପେଟ ଚିରି ବେଆଇନ ଭାବେ ବାଲି ତାଡି ନେଉଛନ୍ତି ବାଲି ମାଫିଆ । ନା କାହାକୁ ଡର ଅଛି ନା କାହାକୁ ଭୟ । ଯଦି କେହି ରୋକିଲା ମାଫିଆଙ୍କ ଆକ୍ରୋଶର ଶିକାର ହେଲା ।
ସୁନ୍ଦରଗଡ଼ ଜିଲ୍ଲାର ଶେଷ ମୁଣ୍ଡ ଭଷ୍ମା ପର୍ଯ୍ୟନ୍ତ ଇବ୍ ନଦୀରେ, ଦୀର୍ଘ ୮୦ କିଲୋମିଟର ପର୍ଯ୍ୟନ୍ତ ଚାଲିଛି ବାଲି ଚୋରି । ଗୋଟିଏ କି ଦୁଇଟି ଟ୍ରାକ୍ଟରରେ ନୁହେଁ ପ୍ରତିଦିନ ହଜାର ହଜାର ଗାଡିରେ ଚାଲିଛି ବାଲି ଲୁଟ୍। ଏହି ଲଘୁ ଖଣିଜ ଦ୍ରବ୍ୟର ଗୋଟିଏ ଟଙ୍କା ବି ରାଜସ୍ୱ ସରକାରଙ୍କ ତହବିଲକୁ ଆସୁନାହିଁ । ଅତିରିକ୍ତ ଜିଲ୍ଲପାଳ ରାଜସ୍ୱ କହିଛନ୍ତି, ଜିଲ୍ଲା, ସବଡିଭିଜନ ଓ ତହସିଲସ୍ତରରେ ସ୍କ୍ୱାର୍ଡ ଗଠନ କରି ଚୋରା ଚାଲାଣକୁ ରୋକାଯିବ । ସେପଟେ ମାଲକାନଗିରି ମାଥିଲି ବ୍ଲକ ଅଂଚଳରେ ଚାଲିଛି ବେଆଇନ ବାଲିଘାଟ । ନଦୀ ପଠାରୁ ବେଆଇନ ବାଲି ଉଠାଇ ଦିନ ରାତି ଚୋରା ଚାଲାଣ କରୁଛନ୍ତି ମାଫିଆ । ବେଆଇନ ଘାଟ ଖବର ସଂଗ୍ରହ ପାଇଁ ଯାଇଥିବା ୨ ସାମ୍ବାଦିକଙ୍କୁ ଆକ୍ରମଣ କରିଛି ବାଲି ମାଫିଆ ।
ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଯେଉଁଠି ଏପରି ଖବର ସାମ୍ନାକୁ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପରିଚାଳନା କ୍ଷେତ୍ରରେ ତ୍ରୁଟି ଦୁର୍ବଳତା ଜଣାପଡ଼ିଲେ ହସ୍ତକ୍ଷେପ କରାଯାଉଛି । ଗତବର୍ଷ ୧୭୭୬ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି । ତା’ ପୂର୍ବ ବର୍ଷ ୧୪୮୭ କୋଟି ଟଙ୍କା ଆଦାୟ ହୋଇଥିଲା।
କଟକରୁ ଗଞ୍ଜାମ ଚୋରା ବାଲି ଚାଲାଣ ବେଳେ ଧରିଛି ଖଣି ବିଭାଗ। ପାଟଣାଗଡ଼ରେ ବାଲି ଚୋରା ଚାଲାଣ କରୁଥିବା ଅନେକ ଟ୍ରାକ୍ଟର ଜବତ ହୋଇଛି। ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୪ଟି ବେଆଇନ ପଥର ବୋଝେଇ ଡମ୍ଫର ଜବତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/14/33-2025-10-14-20-40-56.jpg)