କନକ ବ୍ୟୁରୋ: କ୍ଷମତାରୁ ବିଜେଡି ହଟିବା ପରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଉଛି । ଅନେକ ନେତା ନେତୃତ୍ବ ଓ ଦଳ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଠିକ ଏତିକି ବେଳେ ପ୍ରତିଷ୍ଠା ଦିବସରେ ବିଜେଡି ଶହେ ବର୍ଷ ରହିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଅଧିକ ପଢନ୍ତୁ: ବଦଳିଲା ନବୀନଙ୍କ ରାଜନୀତି ଷ୍ଟାଇଲ୍ ; ବନ୍ଦ ଥିବା ଫାଟକ କର୍ମୀଙ୍କ ପାଇଁ ଖୋଲିଲା
ବିଜେଡି ପ୍ରତିଷ୍ଠା ଦିବସର ୨୪ଘଂଟା ପୂର୍ବରୁ ବରିଷ୍ଠ ବିଜେଡି ନେତା ଭୁପିନ୍ଦର ଏମିତି କହି ରାଜ୍ୟ ରାଜନୀତିକୁ ଉଷ୍ଣ କରିଥିଲେ । ବିଜେଡିରେ କିଛି ଠିକଠାକ୍ ଚାଲିନଥିବା ଚର୍ଚ୍ଚା ବଢ଼ିଥିଲା। ବରିଷ୍ଠ ନେତାଙ୍କ ବୟାନର ୨୪ ଘଂଟା ନପୂରୁଣୁ ପ୍ରତିଷ୍ଠା ଦିବସରେ ନବୀନ ଦଳର ଛବି ବଂଚାଇବାକୁ ଉଦ୍ୟମ କରିଛନ୍ତି । କହିଛନ୍ତି, ବିଜେଡି ଓଡ଼ିଶାରେ ଶହେବର୍ଷ ରହିବ । ଦମ୍ଭୋକ୍ତି ଦେଖାଇ ନବୀନ କହିଛନ୍ତି ବିଜେଡି ହେଉଛି ସଫଳ ରାଜନୈତିକ ଦଳ ଓ ଓଡିଶାବାସୀଙ୍କ ପାଇଁ ଏକ ଜନ ଆନ୍ଦୋଳନ । ଯେଉଁ ଅପପ୍ରଚାର ହେଉଛି ବିଜେଡି ଭାଙ୍ଗିଯିବ, ତାହା ହେଉଛି କେବଳ ଗୁଜବ ।
ଅଧିକ ପଢନ୍ତୁ; ଶହେ ବର୍ଷ ଯାଏଁ ରହିବ ବିଜେଡି, ବିଜେପିକୁ ଟାର୍ଗେଟ୍ କଲେ ନବୀନ
୨୮ ପୁରି ୨୯ରେ ପାଦ ଦେଲା ବିଜେଡି । ସାରା ଓଡିଶାର ନଜର ଥିଲା ବିଜେଡି ସଭାପତିଙ୍କ ଉପରେ । ପାର୍ଟିର କର୍ମୀ ଓ ନେତାଙ୍କୁ କି ସନ୍ଦେଶ ଦେବେ । କାରଣ ଦଳ ଭିତରେ ମନାନ୍ତର, ମତାନ୍ତର, ଗୋଷ୍ଟି କନ୍ଦଳ ଚରମ ସୀମାରେ ପହଚିଂଛି । ଏତିକିବେଳେ ପ୍ରତିଷ୍ଠା ଦିବସରେ ବିଜେଡି ଶତାୟୁ ହେବ ବୋଲି କହି ରାଜନୈତିକ ଚର୍ଚାକୁ ବଢାଇଛନ୍ତି ନବୀନ। ହେଲେ, ଦଳର ମଙ୍ଗ କିଏ ଧରିବ? ନବୀନଙ୍କ ଉତ୍ତରାଧିକାରୀ କିଏ? ହେବ ତାର କୌଣସି ଉତ୍ତର ରଖିନାହାନ୍ତି ।
ପ୍ରତିଷ୍ଠା ଦିବସ ଅବସରରେ ନବୀନ, ବିଜୁଙ୍କୁ ତୁଳନା କରିଛନ୍ତି ନେତା । ବିଜେଡି ସାଂସଦ ମୁ୍ନା ଖାନ୍ ସିଧାସଳଖ କହିଛନ୍ତି ଏଣିକି, ନବୀନ ନୁହନ୍ତି, ବିଜୁଙ୍କ ଫର୍ମୁଲାରେ କାମ କରିବୁ । ଦଳରେ ଯିଏ ଚାପଲୁସି କରୁଛି, ଦୁଇମୁଣ୍ଡିଆ ଅଛନ୍ତି, ତାଙ୍କୁ ମାଡ଼ ହେବ ବୋଲି ପରୋକ୍ଷରେ ଚେତାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/26/naveen-patnaik-2025-12-26-20-39-42.jpg)