ଢେଙ୍କାନାଳ ପରେ ମାଲକାନଗିରିରେ ବଡ଼ ଅଘଟଣ, ମୋରମ ଖୋଳୁଥିବା ବେଳେ ପଥର ଖସି ୨ ଶ୍ରମିକ ମୃତ

Advertisment

ଫାଉଡା, ଚପଲ ଉପରେ ପଡ଼ିଛି ପାହାଡ଼ରୁ ଖସିଥିବା ପଥର । ଅକାଳରେ ଚାଲିଯାଇଛି ପେଟପାଟଣା ପାଇଁ ଘରୁ ଗୋଡ଼ କାଢ଼ିଥିବା ଦୁଇ ଶ୍ରମିକଙ୍କ ଜୀବନ । ମାଲକାନଗିରି ତାରିଣୀ ମନ୍ଦିର ପାହାଡ଼ ନିକଟ ମାଟି-ମୋରମ ଖାଦାନରେ ପଥର ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସତ୍ୟେମଗୁଡ଼ାର ଟୁନା ଗାଦବା ଓ ଚମ୍ପାଖାରି ଗାଁର ମିଟୁ ମାଢ଼ି ।

ଫାଉଡା, ଚପଲ ଉପରେ ପଡ଼ିଛି ପାହାଡ଼ରୁ ଖସିଥିବା ପଥର । ଅକାଳରେ ଚାଲିଯାଇଛି ପେଟପାଟଣା ପାଇଁ ଘରୁ ଗୋଡ଼ କାଢ଼ିଥିବା ଦୁଇ ଶ୍ରମିକଙ୍କ ଜୀବନ । ମାଲକାନଗିରି ତାରିଣୀ ମନ୍ଦିର ପାହାଡ଼ ନିକଟ ମାଟି-ମୋରମ ଖାଦାନରେ ପଥର ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସତ୍ୟେମଗୁଡ଼ାର ଟୁନା ଗାଦବା ଓ ଚମ୍ପାଖାରି ଗାଁର ମିଟୁ ମାଢ଼ି ।

malkangiri

କନକ ବ୍ୟୁରୋ : ଢ଼େଙ୍କାନାଳ ପଥର ଖଣିରେ ଚାପି ହୋଇ ଶ୍ରମିକ ମରିବାର ସପ୍ତାହ ପୁରିନି ମାଲକାନଗିରିରୁ ଆସିଛି ସମାନ ଖବର । ତାରିଣୀ ମନ୍ଦିର ପାହାଡ଼ରୁ ପଥର ଖସି ୨ ଶ୍ରମିକଙ୍କ ଜୀବନ ଯାଇଛି । ପେଟପାଟଣା ପାଇଁ ଘରୁ ବାହାରିଥିବା ଶ୍ରମିକଙ୍କ ଅକାଳମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଏତେ ବଡ ଅଘଟଣ କେମିତି ଘଟିଲା, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ପୁଲିସ, ଶ୍ରମ ଓ ରାଜସ୍ବ ବିଭାଗ। 

ଅଧିକ ପଢ଼ନ୍ତୁ :  ଓଡ଼ିଶାରେ ଭୁଶୁଡ଼ୁଛି ମାଓ ଦୁର୍ଗ,  ମାଲକାନଗିରି ୨୨ମାଓବାଦୀଙ୍କ ଆତ୍ମସମର୍ପଣ

ଫାଉଡା, ଚପଲ ଉପରେ ପଡ଼ିଛି ପାହାଡ଼ରୁ ଖସିଥିବା ପଥର । ଅକାଳରେ ଚାଲିଯାଇଛି ପେଟପାଟଣା ପାଇଁ ଘରୁ ଗୋଡ଼ କାଢ଼ିଥିବା ଦୁଇ ଶ୍ରମିକଙ୍କ ଜୀବନ । ମାଲକାନଗିରି ତାରିଣୀ ମନ୍ଦିର ପାହାଡ଼ ନିକଟ ମାଟି-ମୋରମ ଖାଦାନରେ ପଥର ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସତ୍ୟେମଗୁଡ଼ାର ଟୁନା ଗାଦବା ଓ ଚମ୍ପାଖାରି ଗାଁର ମିଟୁ ମାଢ଼ି । ତାରିଣୀ ପାହାଡ ତଳେ ଥିବା ଖାଦାନରେ ସକାଳୁ ସକାଳୁ ମାଟି ଖୋଳୁଥିଲେ ୬ ଜଣ ଶ୍ରମିକ। ପାହାଡ଼ ଉପରୁ ଖସି ଆସିଥିବା ମୃତ୍ୟୁର ପଥର, ଆଉ ତଳେ ଥିବା ୩ ଶ୍ରମିକଙ୍କ ଉପରେ ଚାପି ହୋଇଥିଲା। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଶ୍ରମିକକୁ ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଜଣେ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଅଧିକ ପଢ଼ନ୍ତୁ :  ମାଲକାନଗିରି ଜେଲ ପାଖ ବସ୍ତି ଉଚ୍ଛେଦ ନେଇ ପୌର ପରିଷଦଙ୍କ ଚିଠି ପରେ ତେଜିଲା ଅସନ୍ତୋଷ, ଘର ନୁହେଁ ସ୍ଥାନାନ୍ତର ହେଉ ଜେଲ୍

  ବେଆଇନ ମୋରମ ଖାଦାନରେ ହଠାତ୍ ଅଘଟଣ ପରେ ନେବାକୁ ଆସିଥିବା ଗାଡ଼ି ଫେରାର ହୋଇଯାଇଛି । ମାଲକାନଗିରି ତହସିଲରୁ ମାତ୍ର ୨ କିଲୋମିଟର ଦୂରେ ବେଆଇନ ଭାବେ ଚାଲୁ ଥିଲା ଏହି ବେଆଇନ ଖନନ । ଏଥି ପାଇଁ ନା ଥିଲା ପ୍ରଶାସନର ଅନୁମତି ନା ରାଜସ୍ବ ବିଭାଗ ପାଖରେ ଖବର । ମୋରମ-ମାଟି ଖାଦାନରେ କେମିତି ଘଟିଲା ଅଘଟଣ? ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ପୁଲିସ, ଶ୍ରମ ଓ ରାଜସ୍ୱ ବିଭାଗ । ଖୋଳାରେ ଶ୍ରମିକଙ୍କୁ ନିୟୋଜିତ କରିଥିବା ମାଲିକ ବିରୋଧରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ପ୍ରଶାସନର ପକ୍ଷରୁ ମୃତ ଶ୍ରମିକଙ୍କ ପକିବାରଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି ।  ପୁର୍ବରୁ ମାଲକାନଗିରି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଖଣି ଖାଦନରେ ଶ୍ରମିକ ମୃତ୍ୟୁର ଖବର ରହିଛି । ତଥାପି ଖଣି ମାଫିଆ ଓ ଠିକାଦାରମାନେ ସବୁ ନୀତି ନିୟମକୁ ଫୁ କରି ଶ୍ରମିକଙ୍କ ଜୀବନକୁ ବିପଦରେ ପକାଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe