କନକ ବ୍ୟୁରୋ :  ସହର ମଧ୍ୟରୁ ସ୍ଥାନାନ୍ତର କର କାରାଗାର। ଏପରି ଦାବି ଉଠିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି ଜେଲ କତ୍ତୃପକ୍ଷ ଜେଲ ପାଖ ଆଖରେ ଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ଲାଗି ପୌର ପରିଷଦକୁ ପତ୍ର ଲେଖିବା ପରେ ଜନବସତି ପୂର୍ଣ୍ଣ ଅଞ୍ଚଳରୁ ଜେଲକୁ ସ୍ଥାନାନ୍ତର କରିବା ଦାବି କରିଛନ୍ତି ମାଲକାନଗିରି ସହର ବାସିନ୍ଦା । ମାଲକାନଗିରି ସହରର ୩ ନଂ ୱାର୍ଡରେ ରହିଛି ଜିଲ୍ଲା କାରାଗାର । ରାଜ୍ୟର ବିଭିନ୍ନ ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣା ପରେ ସାରା ରାଜ୍ୟରେ ଜେଲ ସୁରକ୍ଷା ଚିନ୍ତା ବଢିଛି । ଏହି କ୍ରମରେ ମାଲକାନନଗିରି ଜିଲ୍ଲା କାରାଗାର ପକ୍ଷରୁ ମଧ୍ୟ ଜେଲ ଚାରି ପଟେ ଥିବା ଘର ଦ୍ୱାରକୁ ଉଚ୍ଛେଦ କରିବା ଲାଗି ପୌର ପରିଷଧକୁ ଚିଠି ଲେଖିଛନ୍ତି ଜେଲ ଅଧିକ୍ଷକ ।  ଏହି ପତ୍ର ପରେ ମାଲକାନଗିରି ପୌର ପରିଷଧ ଅନ୍ତର୍ଗତ କୁମ୍ଭାର ସାହି ଓ ଜେଲ ଲାଇନ୍ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ମାଲକାନଗିରି ପୌରାଧ୍ୟକ୍ଷ, କଂଗ୍ରେସ ନେତୃବୃନ୍ଦଙ୍କ ଓ ୩ ନଂ ୱାର୍ଡ ବାସିନ୍ଦାଙ୍କ ସମେତ ସହରର ଶତାଧିକ ଲୋକେ ତଥା ଦଳମତ ନିର୍ବିଶେଷରେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି ଦାବି କରିଛନ୍ତି ମାଲକାନଗିରି ସହର ବାସିନ୍ଦା । 

Advertisment

ଅଧିକ ପଢ଼ନ୍ତୁ : ସରକାରୀ ଆବାସକୁ ମାଲକାନଗିରି ବଣ୍ଡାଙ୍କ ନା, କୋଠା ଘର କରିବାକୁ ଉଚିତ୍ ମଣୁନାହାନ୍ତି ଜନଜାତି ହିତାଧିକାରୀ

ଜେଲ ସ୍ଥାନାନ୍ତର ଦାବି 

  • ୧୯୬୦ ମସିହାରେ ମାଲକାନଗିରି ଉପ-କାରାଗାର ସ୍ଥାପିତ ହୋଇଥିଲା 
  • କୋରାପୁଟ ଜିଲ୍ଲା ଅଧିନରେ ଏକ ଗ୍ରାମ ପଂଚାୟତ ଥିଲା ମାଲକାନଗିରି
  • ୧୯୭୪ ମସିହାରେ ମାଲକାନଗିରି ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ପାଇଥିଲା 
  • ୧୯୯୨ ରେ ମାଲକାନଗିରିକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳି ଥିଲା
  • ଏହି କ୍ରମରେ ଜେଲ ଚାରିପଟେ ଜନବସତି ମଧ୍ୟ ବଢି ଚାଲିଛି
  • ୨୦୨୩ ସେପ୍ଟେମ୍ବର ମାସରେ ଉପ-କାରାଗାରରୁ ଜିଲ୍ଲା କାରାଗାର ମାନ୍ୟତା ପାଇ ଥିଲା 
  • ୪୨୪ କ୍ଷମତା ବିଶିଷ୍ଟ ଉପ-କାରାଗାରର କ୍ଷମତା ବୃଦ୍ଧି ହୋଇ ୬୨୪ ହୋଇଛି ଜିଲ୍ଲା କାରାଗାରର କ୍ଷମତା 
  • ଜେଲ ଚାରିପଟେ କୁମ୍ଭାର ସାହି ଓ ଜେଲ ଲାଇନ୍ ସାହିର ଜନବସତି ମଧ୍ୟ ବୃଦ୍ଧି ପାଇଛି
  • ଜେଲ ଅଧିକ୍ଷକଙ୍କ ପତ୍ର ସଙ୍ଖ୍ୟା ୪୭୧୨ କୁ ତିବ୍ର ବିରୋଧ
  • ୨୦୨୩ ମସିହାରେ ଜାଗା ମିଶନ ରେ ଏଲଆରସି ବା ଲ୍ୟାଣ୍ଡ ରେକର୍ଡ ପଟ୍ଟା ପାଇଛନ୍ତି 
  • କେବଳ ୱାର୍ଡ ନମ୍ବର ୩ ରେ ୨୬୬ ବସ୍ତି ବାସିନ୍ଦା ଏଲଆରସି ପଟ୍ଟା ପାଇଛନ୍ତି
  • ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ୧୨ ବସ୍ତି ବାସିନ୍ଦା କାର୍ଯ୍ୟାଦେଶ  ପାଇ ଗୃହ ନିର୍ମାଣ ଜାରି ରଖିଛନ୍ତି 
  • ଜି. ଜୟାଙ୍କ ଆବାସ ନିର୍ମାଣ କାମ ବନ୍ଦକୁ ବିରୋଧ
  • ଜେଲ ବାହାରି କାନ୍ଥ ସହ ଲାଗି ରହିଥିବାରୁ ବିବାଦ
  • ପୁର୍ବରୁ ଜେଲ କତ୍ତୃପକ୍ଷ ଜେଲ କାନ୍ଥ ବାଦେ ଆଉ ଏକ ସୁରକ୍ଷା ପାଚେରି ନିର୍ମାଣ କରି ସାରିଛି
  • ଜେଳର ବହୁ  ଦୁର୍ଦ୍ଦାନ୍ତ ଅପରାଧି ଥିବାରୁ ଜେଲ ସ୍ଥାନାନ୍ତର ଦାବି
  • ମାଲକାନଗିରି ତହସିଲ ଅଧିନରେ ଥିବା ୭ଟି ପ୍ଲଟରେ ୧.୫ ହେକ୍ଟର ଜମି ଜେଲ ନାଁରେ ରହିଛି
  • ଜେଲ କାନ୍ଥର ୫୦ ଫୁଟ ପରିଧି ବା ବଫର ଜୋନ୍ ମଧ୍ୟରେ କୌଣସି ଘର ଦ୍ୱାର ରହି ପାରିବ ନାହିଁ 
  • ୨୦୧୩ ରେ ସୁପ୍ରିମ କୋର୍ଟର ରିଟ୍ ପିଟିସନ୍ ସଙ୍ଖ୍ୟା ୪୦୬ ର ଶୁଣାଣି କରି ଏପରି ରାୟ ଶୁଣାଇଛି ସର୍ବୋଚ୍ଚ ନ୍ୟାୟାଳୟ
  • ଗୃହ ବିଭାଗର ମଧ୍ୟ ଏଥି ପାଇଁ ସ୍ୱତନ୍ତ୍ର ନିର୍ଦେଶ ରହିଛି
  • ଜେଲ ମାନୁଆଲରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି ।
  • ଝାରପଜା ଜେଲ ରୁ କଏଦି ଚମ୍ପଟ ମାରିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଛି 
  • ବଫର ଯୋନ ଜମି ବସ୍ତି ବାସିନ୍ଦାଙ୍କ କବ୍ଜାରେ ଥିବା ନେଇ ଆପତ୍ତି ଉଠାଇଛି ଜେଲ କତ୍ତୃପକ୍ଷ