କନକ ବ୍ୟୁରୋ: ଛତିଶଗଡ଼ ପରେ ଓଡିଶାରେ ଭୁଶୁଡୁଛି ମାଓ ଦୁର୍ଗ । ମାଲକାନଗିରିଠାରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ଗୋଟିଏ ଏକେ ୪୭, ଗୋଟିଏ ଏସଏଲଆର, ୨ଟି ଇନସାସ ବନ୍ଦୁକ ସହ ଆତ୍ମସମର୍ପଣ କଲେ ମାଓ କ୍ୟାଡର । ମୋଟ ୯ଟି ବନ୍ଧୁକ ଓ ୧୪ଟି ଶକ୍ତିଶାଳୀ ଲ୍ୟାଣ୍ଡଲାଇନ ସହ ସମର୍ପଣ କରିଛନ୍ତି । ପୁଲିସ ଡିଜି, ଏଡିଜି, ୩ ଡିଆଇଜି, ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ଲାଲ ବାହିନୀ । ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ସମସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଡିଜିପ କହିଛନ୍ତି । ଏଥିସହ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଅପିଲ କରିଛନ୍ତି ।
ଅଧିକ ପଢନ୍ତୁ: ଛତିଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ମାଓବାଦୀ ନିପାତ
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଛତିଶଗଡ଼ ମୁହାଁ ହୋଇଛନ୍ତି ମାଓବାଦୀ । ଓଡ଼ିଶାରେ ମଧ୍ୟ ଯବାନଙ୍କ ଘନ ଘନ କମ୍ୱିଂ ଚାଲିଛି । ୨୦୨୬ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯବାନଙ୍କ କଡ଼ା ଆଭିମୁଖ୍ୟ ପରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ନକ୍ସଲ । ଅନ୍ୟପଟେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସରକାର ବାରମ୍ୱାର ଅପିଲ କରୁଛନ୍ତି । ମାଓ ସଂଗଠନର ବଡ଼ ବଡ଼ ନେତାଙ୍କ ଆତ୍ମସମର୍ପଣ, ଏନକାଉଣ୍ଟରରେ ବଡ଼ ବଡ଼େ ନକ୍ସଲ ନେତା ନିହତ ପରେ ମାଓବାଦୀଙ୍କ ମନୋବଳ ଭାଙ୍ଗି ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/23/maobadi-2025-12-23-14-06-14.jpg)