କନକ ବ୍ୟୁରୋ: ଓଡ଼ିଶାର ଶିମିଳିପାଳ ଠାରୁ ଶିଖିଲା ମହାରାଷ୍ଟ୍ର ବ୍ୟାଘ୍ର ସଂରକ୍ଷଣ ଟିମ୍ । ଶିମିଳିପାଳ ଆସି ମହାରାଷ୍ଟ୍ରର ପାଞ୍ଚ ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ହାଇଟେକ୍ନୋଲୋଜି ଜରିଆରେ ବାଘ ଉପରେ ନଜର ରଖାଯାଉଥିବା ବ୍ୟବସ୍ଥା ପ୍ରତି ଆଗ୍ରହ ଦେଖାଇଛି ମହାରାଷ୍ଟ୍ର ସାହ୍ୟଦ୍ରୀ ବ୍ୟାଘ୍ର ସଂରକ୍ଷଣ । ତେଣୁ ଶିମିଳିପାଳକୁ ଏକ ପାଞ୍ଚ ଜଣିଆ ସ୍ବତନ୍ତ୍ର ଟିମ୍ ଆସି ତିନି ଦିନ ଧରି ଶିମିଳିପାଳ ଅଧିକାରୀଙ୍କ ମିଶି ଏହି ସବୁ ବ୍ୟବସ୍ଥାକୁ ପଚାରି ବୁଝିଛନ୍ତି । ଶିମିଳିପାଳରେ ବାଘ ବଂଶବୃଦ୍ଧି ଓ ଟେକ୍ନୋଲୋଜି ଜରିଆରେ ବାଘଙ୍କ ଗତିବିଧି ଉପରେ କିପରି ନଜର ରଖାଯାଉଛି ତାହାର ମଡେଲ ନେଇ ଫେରିଛନ୍ତି। ଶିମିଳିପାଳରେ ବାଘ ମନିଟରିଂ ବ୍ୟବସ୍ଥା ବର୍ତ୍ତମାନ ଦେଶରେ ଥିବା ଅନ୍ୟାନ୍ୟ ବ୍ୟାଘ୍ର ସଂରକ୍ଷଣରେ ଥିବା ବ୍ୟବସ୍ଥା ଠାରୁ ବହୁଉନ୍ନତ । 

Advertisment

ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ; ଶିମିଳିପାଳକୁ ବଢ଼ୁଛି ପର୍ଯ୍ୟଟକଙ୍କ ଆଗମନ

ବାଘମାନଙ୍କ ଗତିବିଧି ଉପରେ ଦୁଇଟି ଟେକ୍ନୋଲୋଜି ଜରିଆରେ ଚବିଶ ଘଣ୍ଟିଆ ନଜର ରଖାଯାଉଛି । ଗୋଟିଏ ହେଉଛି ବାଘ ବେକରେ ଲାଗିଥିବା ରେଡ଼ିଓ ଟ୍ରାକିଂ କଲାର୍ ଓ ଅନ୍ୟଟି ଏଆଇ କ୍ୟାମେରା। ରେଡିଓ କଲାର ଦ୍ଵାରା ବାଘ ଜଙ୍ଗଲ ଭିତରେ କେଉଁ ସ୍ଥାନରେ ଅଛି ତାହା ସହଜରେ ଟ୍ରାକ କରିହୁଏ । ସେହିପରି ଏଆଇ କ୍ୟାମେରା ଦିନ ହେଉ କି ରାତି ରିଅଲ୍ ଟାଇମ୍ ଫଟୋ ଉଇଥ୍ ଲୋଲେସନ୍ କ୍ୟାପଚର୍ କରିଥାଏ । ଯାହା ବାଘର ଗତିବିଧି ଉପରେ ସହଜରେ ଜଣାପଡିଥାଏ । ଶିମିଳିପାଳରେ ଏବେ ୪୧ ଟି ବାଘ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୩ଟି ବାଘ, ୧୭ଟି ବାଘୁଣୀ ଓ ୧୧ଟି ଛୁଆ ବାଘ ରହିଛନ୍ତି । ୨୦୨୪ ଫେବୃୟାରୀରେ ଶିମିଳିପାଳରେ ବାଘ ସଂଖ୍ୟା ୨୭ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୪୧ରେ ପହଞ୍ଚିଛି । ଶିକାରୀ କବଳରୁ ବାଘଙ୍କୁ ରକ୍ଷା କରିବା ସହ ବାଘ ବଂଶ ବୃଦ୍ଧି ଦେଖି ଆଗ୍ରହୀ ହୋଇଛି ମହାରାଷ୍ଟ୍ର ବ୍ୟାଘ୍ର ସଂରକ୍ଷଣ ଟିମ୍ ।