ମହାରାଷ୍ଟ୍ର ପୌର ନିର୍ବାଚନ: ଭୋଟ୍ ପୂର୍ବରୁ ମହାୟୁତିର ବଡ଼ ବିଜୟ, ନିର୍ଦ୍ୱନ୍ଦ୍ୱରେ ଜିତିଲେ ୬୮ ପ୍ରାର୍ଥୀ

Advertisment

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଏହି ୬୮ଟି ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (BJP) ସର୍ବାଧିକ ୪୪ଟି ଆସନ ପାଇଥିବା ବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାକୁ ୨୨ଟି ଏବଂ ଅଜିତ ପାୱାରଙ୍କ ଏନସିପି (NCP) କୁ ୨ଟି ଆସନ ମିଳିଛି ।

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଏହି ୬୮ଟି ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (BJP) ସର୍ବାଧିକ ୪୪ଟି ଆସନ ପାଇଥିବା ବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାକୁ ୨୨ଟି ଏବଂ ଅଜିତ ପାୱାରଙ୍କ ଏନସିପି (NCP) କୁ ୨ଟି ଆସନ ମିଳିଛି ।

Maharastra

Maharastra Photograph: (kanak news)

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆସନ୍ତା ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ପୌର ନିଗମ ଏବଂ ମୁମ୍ବାଇ ମହାନଗର ନିଗମ  ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ 'ମହାୟୁତି' ମେଣ୍ଟ ଏକ ବଡ଼ ସଫଳତା ହାସଲ କରିଛି । ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ପରେ ବିଭିନ୍ନ ପୌର ନିଗମରେ ମହାୟୁତିର ୬୮ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଫଳରେ ମତଦାନ ପୂର୍ବରୁ ହିଁ ଶାସକ ମେଣ୍ଟ ଏକ ବଡ଼ ଅଗ୍ରଗତି ଲାଭ କରିଛି ।

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଏହି ୬୮ଟି ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (BJP) ସର୍ବାଧିକ ୪୪ଟି ଆସନ ପାଇଥିବା ବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାକୁ ୨୨ଟି ଏବଂ ଅଜିତ ପାୱାରଙ୍କ ଏନସିପି (NCP) କୁ ୨ଟି ଆସନ ମିଳିଛି । ବିଶେଷ କରି ଠାଣେ ଜିଲ୍ଲାର କଲ୍ୟାଣ-ଡୋମ୍ବିଭଲି ପୌର ନିଗମରେ ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି । ଏହା ବ୍ୟତୀତ ପୁଣେ, ପିମ୍ପରି-ଚିଞ୍ଚୱାଡ, ପାନଭେଲ, ଭିୱାଣ୍ଡି, ଧୁଲେ, ଜଳଗାଓଁ ଏବଂ ଅହିଲ୍ୟାନଗରରେ ମଧ୍ୟ ମହାୟୁତି ନିଜର ପତିଆର ଅର୍ଜନ କରିଛି ।

ଅଧିକ ପଢ଼ନ୍ତୁ---ପୁଅକୁ ଚିଠି ଲେଖି ଜୀବନ ହାରିଲେ ବାପା ; ପଢ଼ିଲେ ଆପଣ ବି କାନ୍ଦି ପକାଇବେ

ପୁଣେ ପୌର ନିଗମର ୱାର୍ଡ ନମ୍ବର ୩୫ରୁ ବିଜେପି ପ୍ରାର୍ଥୀ ମଞ୍ଜୁଷା ନାଗପୁରେ ଏବଂ ଶ୍ରୀକାନ୍ତ ଜଗତାପ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ମୁରଲୀଧର ମୋହୋଲ ଏହାକୁ ବିଜେପି ସରକାରଙ୍କ କାର୍ଯ୍ୟ ଉପରେ ଜନତାଙ୍କ ଆସ୍ଥା ବୋଲି କହିଛନ୍ତି । ସେ ଦାବି କରିଛନ୍ତି ଯେ, "ପୁଣେର ପରବର୍ତ୍ତୀ ମେୟର ବିଜେପିରୁ ହିଁ ହେବେ । ଆମର ଲକ୍ଷ୍ୟ ୧୨୫ଟି ଆସନ ଜିତିବା, ଯେଉଁଥିରୁ ୨ଟିରେ ଆମେ ଜିତିସାରିଛୁ ।" ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ଏହି ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଲୋକପ୍ରିୟତା ଓ ରବିନ୍ଦ୍ର ଚଭନଙ୍କ ରଣନୀତିକୁ ଦେଇଛନ୍ତି ।

ଅନ୍ୟପଟେ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT) ଏହି ବିଜୟ ଉପରେ ପ୍ରଶ୍ନ ଉଠାଇଛି । ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ପ୍ରାର୍ଥୀମାନଙ୍କୁ ଇଡି ଏବଂ ସିବିଆଇର ଭୟ ଦେଖାଇ କିମ୍ବା ଲାଞ୍ଚ ଦେଇ ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଇଛି । ସେ ନିର୍ବାଚନ କମିଶନଙ୍କ ନୀରବତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହା ଗଣତନ୍ତ୍ର ପାଇଁ ଲଜ୍ଜାଜନକ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ମୋଟ ୨୯ଟି ପୌର ନିଗମ ପାଇଁ ଜାନୁଆରୀ ୧୫ରେ ମତଦାନ ହେବ ଏବଂ ଜାନୁଆରୀ ୧୬ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe