କନକ ବ୍ୟୁରୋ : ସାରା ଦେଶରେ ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ସାପ-ନେଉଳର ସମ୍ପର୍କ ରହିଛି । ହେଲେ ମହାରାଷ୍ଟ୍ର ନଗର ନିଗମ ନିର୍ବାଚନରେ ଏକ ଆସନରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ଆସନରେ କଂଗ୍ରେସ, ବିଜେପି ଓ ଏଆଇଏମଆଇଏମ୍ ମେଣ୍ଟରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି ଏ ସ୍ଥିତି ? କାହାକୁ ହରାଇବାକୁ ଏଭଳି ଅଘୋଷିତ ମେଣ୍ଟ ଓ ଏହି ମେଣ୍ଟକୁ ନେଇ ବିଜେପି ଓ କଂଗ୍ରେସ ନେତାଙ୍କ କ'ଣ ରହିଛି ପ୍ରତିକ୍ରିୟା  ?

Advertisment

ଅଧିକ ପଢ଼ନ୍ତୁ : ମହାରାଷ୍ଟ୍ର ରାଜନୀତିରେ ମହାନାଟକ ; ମେଣ୍ଟରୁ ଦୂରାଉଛନ୍ତି ଅଜିତ ପାୱାର

ମହାରାଷ୍ଟ୍ରରେ ହେବାକୁ ଯାଉଛି ନଗର ନିଗମ ନିର୍ବାଚନ । ଏହାକୁ ନେଇ ସାରା ରାଜ୍ୟରେ ରାଜନୀତି ବେଶ ସରଗରମ ରହିଛି । ଏହାରି ଭିତରେ ଏକ ରୋଚକ ଖବର ଆସିଛି । ଯାହା ସାରା ଦେଶର ରାଜନୀତି ଉପରେ ରୋଚି ରଖୁ୍ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମହାରାଷ୍ଟ୍ରର ଅମ୍ବରନାଥ ନଗର ପରିଷଦରେ ବିଜେପି, କଂଗ୍ରେସ ଓ ଏଆଇଏମଆଇଏମ୍ ମିଳିତ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ । ଏଭଳି ଘୋଷଣାକୁ ନେଇ କଂଗ୍ରେସ ନେତୃତ୍ୱ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅମ୍ବର ନଗର ପରିଷଦର ସମସ୍ତ ସଂଗଠନାତ୍ମକ କମିଟି ଉପରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । 

ମହାରାଷ୍ଟ୍ର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଦର୍ଷବର୍ଦ୍ଧନ ସପକାଟ୍ଟଙ୍କ ନିର୍ଦ୍ଦେଶରେ ଏଠାରେ ପାର୍ଟିର କମିଟିକୁ ନିଲମ୍ବନ କରାଯାଇଛି । ଅମ୍ବରନାଥ ନଗର ପରିଷଦର ସମସ୍ତ ନିର୍ବାଚିତ ପାର୍ଷଦମାନଙ୍କୁ ଦଳ ତରଫରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି । 

ଅଧିକ ପଢ଼ନ୍ତୁ : ମହାରାଷ୍ଟ୍ରରେ ପୁଣି ମହାଲଢ଼େଇ, ଚାଲିଛି ମ୍ୟୁନିସିପାଲ କାଉନସିଲର ଓ ନଗର ପଞ୍ଚାୟତରେ ଭୋଟ ଗଣତି

ଏବେ ଆସିବା ମୂଳ ପ୍ରସଙ୍ଗକୁ । ବିଜେପି ୨୦୧୪ ରୁ କଂଗ୍ରେସ ମୁକ୍ତ ଭାରତର ନାରା ଦେଇ କ୍ଷମତାରେ ରହିଛି । ଏହାଭିତରେ ଅନେକ କଂଗ୍ରେସ ନେତା ଓ ନେତୃତ୍ୱଙ୍କୁ ବିଜେପି ନିଜ ଦଳରେ ସାମିଲ କରିବାରେ ସଫଳ ହୋଇଛି । ଏହାସହ ଆଜି ବି ଦେଶର ପ୍ରସଙ୍ଗ, ନିଯୁକ୍ତିି ପ୍ରସଙ୍ଗ, ଦାରିଦ୍ର ପ୍ରସଙ୍ଗ ଠାରୁ ଭାରତ କିଭଳି କଂଗ୍ରେସ ମୁକ୍ତ ହେବ ସେହି ପ୍ରସଙ୍ଗ ଉପରେ ବିଜେପି ଜୋର ଦେଇ ଚାଲିଛି । ଏହାରି ଭିତରେ ମହାରାଷ୍ଟ୍ର ନଗର ନିଗମ ନିର୍ବାଚନରେ ଅମ୍ବରନାଥ ପରିଷଦରେ ଏକ ଘଟଣା କ୍ରମରେ କଂଗ୍ରେସ ସହ ମେଣ୍ଟ କରିବାକୁ ଘୋଷଣା କରିଥିଲା । ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ଥିଲା, ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) କୁ ପରାଜିତ କରିବା । ହେଲେ ଏହାକୁ ନେଇ ରାଜନୀତି ଆରମ୍ଭ ହେବା ପରେ ଉଭୟ ବିଜେପି ନେତୃତ୍ୱ ଓ କଂଗ୍ରେସ ନେତୃତ୍ୱ ଏହାକୁ ସ୍ଥାନୀୟ ନେତାଙ୍କ ଅଘୋଷିତ ମେଣ୍ଟ ବୋଲି କହିଛନ୍ତି । ହେଲେ ବି ଏହି ମେଣ୍ଟ ଏବେ ମହାରାଷ୍ଟ୍ର ରାଜନୀତିରେ ଏକ ପ୍ରସଙ୍ଗ ହେବା ପରେ ରାଜ୍ୟ ବିଜେପି ମେଣ୍ଟ ସରକାରରେ ସହଯୋଗୀ ଥିବା ଶିବସେନା (ଏକନାଥ ସିନ୍ଦେ) ଗୋଷ୍ଠୀ ଆଗାମୀ ଦିନରେ ମେଣ୍ଟ ସରକାରରେ ରହିବ କି ସରକାରରୁ ସମ୍ପର୍କ ଛିନ୍ନ କରିବ ତାହା ଦେଖିବାକୁ ବାକି ରହିଲା ।