କନକ ବ୍ୟୁରୋ : ପିଏମସି ନିର୍ବାଚନ ୨୦୨୬ରେ ପୁଣେ ମୁନିସିପାଲ କର୍ପୋରେସନରେ ଅଜିତ ପାୱାର କାହିଁକି ଅଲଗା ହେଲେ ସେ ନିଜର ଉତ୍ତର ଦେଇଛନ୍ତି । ପିଏମସି ନିର୍ବାଚନ ୨୦୨୬ରେ ବିଏମସି ନିର୍ବାଚନ ବିଷୟରେ ନିଜର ଉତ୍ତର ରଖି କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟସ୍ତରରେ ମେଣ୍ଟ ସତ୍ତ୍ୱେ ପୁଣେ ଏବଂ ପିମ୍ପରି ଚିଞ୍ଚୱାଡରେ ଚିତ୍ର ଭିନ୍ନ ଦେଖିବାକୁ ମିଳିଛି । ତେଣୁ ବିଜେପିକୁ ସମର୍ଥନ କାହିଁକି କରୁନାହାଁନ୍ତି ସେ ଏବାବଦରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ।
ମୁମ୍ବାଇ ନଗର ନିଗମ ନିର୍ବାଚନ ପାଖେଇ ଆସୁଛି ଏ ସମୟରେ ସମସ୍ତ ରାଜନୈତିକ ଦଳ ଅଣ୍ଟାଭିଡିଲେଣି , ବିଜୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି । ଏହି ସମୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଅଜିତ ପାୱାର ଏକ ଗୁରୁତ୍ବପୂର୍ଣ ବୟାନ ଦେଇଛନ୍ତି । ପୁଣେରେ ତାଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ଅଜିତ ପାୱାର ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ଏବଂ ରାଜ୍ୟ ସରକାରରେ ମହାୟୁତିର ଅଶଂ ହେବା ସତ୍ତ୍ୱେ ବିଜେପିକୁ କାହିଁକି ସମର୍ଥନ କରୁନାହାଁନ୍ତି ତାହା ବାଖ୍ୟା କରିଥିଲେ ।
ଅଧିକ ପଢ଼ନ୍ତୁ---କେବଳ ସଦ୍ଦାମ-ମାଦୁରୋ ନୁହଁନ୍ତି, ପାନାମା ରାଷ୍ଟ୍ରମୁଖ୍ୟଙ୍କୁ ବି ଉଠାଇ ଆଣିଥିଲା ଆମେରିକା
ଅଜିତ ପାୱାର ତାଙ୍କ ଭାଷଣରେ କହିଥିଲେ ମୋର ୩୫ ବର୍ଷ ରାଜନୈତିକ କ୍ୟାରିୟରରେ ମୁଁ ଅନେକ ନିର୍ବାଚନ ଲଢିଛି , ମାତ୍ର ଏଥରର ନିର୍ବାଚନ ଭିନ୍ନ ଅଟେ । କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ସ୍ତରରେ ଦ୍ରୁତ ଗତିରେ ବିକାଶ ହେଉଛି । ମାତ୍ର୍ର ରାଜ୍ୟରେ ଦେବେନ୍ଦ୍ର ଫଡନାଭିସ୍ , ଏକନାଥ ସିନ୍ଦେ ଏବଂ ମୁଁ ଶାସନ ଚଳାଉଛୁ । ତଥାପି ପୁଣେ ଏବଂ ପିମ୍ପରି- ଚିଞ୍ଚୱାଡରେ ଆଜି ବି ଯେଉଁ ଚିତ୍ର ଦେଖିବାକୁ ମିଳୁଛି, ଜଣେ ବୁଦ୍ଧିମାନ ଭୋଟର ସ୍ୱାଭାବିକ ଭାବରେ ପ୍ରଶ୍ନ ପଚାରିବ ଯଦି ଆମେ କେନ୍ଦ୍ର ଏବଂ ରାଜ୍ୟରେ ଏକାଠି ଅଛୁ ତେବେ ଏଠାରେ କ’ଣ ଭୁଲ ଅଛି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/05/ajeet-pawar-2026-01-05-11-22-41.jpg)