କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆଜି ସମସ୍ତ ୨୮୬ ମ୍ୟୁନିସିପାଲ କାଉନସିଲ୍ ଓ ନଗର ପଞ୍ଚାୟତରେ ଭୋଟ୍ ଗଣତି କରାଯାଉଛି । ଗଣତିର ପ୍ରାରମ୍ଭିକ ଫଳାଫଳ ଅନୁସାରେ ଶାସକ ମହାୟୁତି ୨ ଶହ ସ୍ଥାନରେ ଆଗରେ ରହିଛି । ବିଜେପି ୧୦୭ ଓ ଏକନାଥ ସିନ୍ଦେଙ୍କ ଶିବସେନା ୪୮ଟି ସ୍ଥାନରେ ଆଗୁଆ ଥିବା ବେଳେ ବିରୋଧୀ ମହାବିକାଶ ଅଘାଡ଼ି – ଏମଭିଓ ୪୬ଟି ସ୍ଥାନରେ ଆଗରେ ଅଛି । ଅଜିତ ପାୱାରଙ୍କ ଏନସିପି ଭଲ ପ୍ରଦର୍ଶନ କରୁଥିବା ବେଳେ ପଛରେ ଅଛି ଉଦ୍ଧବ ଠାକରେଙ୍କ ଶିବସେନା । କଂଗ୍ରେସ ମାତ୍ର ୫ଟି ଆସନରେ ଆଗରେ ଅଛି । ପୂର୍ବରୁ ବିଜେପି ତିନି ଆସନରେ ପ୍ରତିଦ୍ବନ୍ଦ୍ୱିତାରେ ବିଜୟୀ ହୋଇଛି । ସକାଳ ୧୦ଟାରୁ ଆରମ୍ଭ ହୋଇଛି ଗଣତି। ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଅଛି । ଦୁଇ ପର୍ଯ୍ୟାୟରେ ଡିସେମ୍ବର ୨ ଏବଂ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜିର ଫଳାଫଳ ଆଗାମୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଏକ ସଂକେତ ହେବ ବୋଲି ରାଜନୈତିକ ବିଶେଷଜ୍ଞ ବିବେଚନା କରୁଛନ୍ତି ।
ଅଧିକ ପଢ଼ନ୍ତୁ : ପୌର ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମହାୟୁତିରେ ମହାଝଡ଼, ରାଣେ ଭାଇ ନୀତେଶ ଓ ନିଲେଶଙ୍କ ମଧ୍ୟରେ କଳି
ମହାରାଷ୍ଟ୍ରରେ ଅଗ୍ନିପରୀକ୍ଷା
- ମହାୟୁତି ଓ ଏମଭିଏ ପାଇଁ ଅଗ୍ନିପରୀକ୍ଷା
- ୨୮୬ ମ୍ୟୁନିସିପାଲ କାଉନସିଲ୍, ନଗର ପଞ୍ଚାୟତରେ ଭୋଟ୍ ଗଣତି
- ପ୍ରାରମ୍ଭିକ ଫଳାଫଳରେ ଶାସକ ମହାୟୁତି ଆଗରେ ଅଛି
- ଡିସେମ୍ବର ୨ ଓ ୨୦ରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା
- ଫଳାଫଳ ମୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/21/maharastra-2025-12-21-14-15-28.jpg)