କନକ ବ୍ୟୁରୋ : ଛତିଶଗଡ ସହ ଆପୋସ ଆଲୋଚନାରେ ହେବ ମହାନଦୀର ସମାଧାନ । ମୋହନ ସରକାର ବାରମ୍ବାର ଏଭଳି ଦମ୍ଭୋକ୍ତି ଦେଖାଉଥିବା ବେଳେ ଉଚ୍ଚସ୍ତରୀୟ କମିଟି ସଦସ୍ୟଙ୍କ ମଧ୍ୟରେ କିନ୍ତୁ ଏନେଇ ସହମତି ହୋଇପାରିନି । ଯାହା ମହାନଦୀର ଭାଗ୍ୟ ଓ ଭବିଷ୍ୟତକୁ ପୁଣିଥରେ ଅନ୍ଧକାରକୁ ଠେଲି ଦେଇଛି । ଏସବୁ ଭିତରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି କନକ ନ୍ୟୁଜ୍ ।
ମହାନଦୀ ବିବାଦ ଭିତରେ ବସିଛି ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ । ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଆପୋଷ ଆଲୋଚନାରେ ସମାଧାନ ପାଇଁ ସହମତି ହୋଇପାରିନଥିଲେ ବି ମତାମତ ନେଇଛି କମିଟି । ବିବାଦ ଆରମ୍ଭରୁ ଏବେ ଯାଏଁ, ଓଡ଼ିଶାର ପ୍ରତିଟି ପଦକ୍ଷେପକୁ ଅନୁଶୀଳନ କରାଯାଇଛି । ଟ୍ରିବ୍ୟୁନାଲରେ କେମିତି ଲଢ଼ିଛି ରାଜ୍ୟ ? ଆଗକୁ କ’ଣ ପଦକ୍ଷେପ ନିଆଯିବ ? ସେନେଇ ଆଲୋଚନା ହୋଇଛି ।
ଅଧିକ ପଢ଼ନ୍ତୁ : ଆଜି ମହାନଦୀ ବିବାଦ ନେଇ ଉଚ୍ଚ ସ୍ତରୀୟ କମିଟି ବୈଠକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ଯେପରି ବାଧାପ୍ରାପ୍ତ ନହେବ ସେଥିପ୍ରତି ଦୃଷ୍ଟି ଦେଇଛି କମିଟି । ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଯୁକ୍ତି, ଆପୋସ ଆଲୋଚନାରେ ଏଯାଏଁ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ହୋଇନି । ଟ୍ରିବ୍ୟୁନାଲରେ ପକ୍ଷ ରଖି କୋର୍ଟରେ ଲଢ଼ନ୍ତୁ ସରକାର । କଂଗ୍ରେସ ବିଧାୟିକା ସୋଫିଆଙ୍କ ମତ, ଓଡ଼ିଶାର ଜୀବନରେଖା ମହାନଦୀ ବିବାଦର ସମାଧାନ ଯଥାଶୀଘ୍ର ହେଉ । ଆଲୋଚନାର ସବୁ ପ୍ରସଙ୍ଗ ଓଡ଼ିଶାବାସୀ ଜାଣନ୍ତୁ ।
ଭୁବନେଶ୍ୱରରେ ଉଚ୍ଚସ୍ତରୀୟ କମିଟିର ବୈଠକ ଭିତରେ ଛତିଶଗଡର ବିବାଦୀୟ କଲମା ବ୍ୟାରେଜରେ ପହଞ୍ଚିଛି କନକ ନ୍ୟୁଜ୍ । ବ୍ୟାରେଜର ୬୪ ଗେଟ୍ ବନ୍ଦ ପରେ ମହାନଦୀ ଏବେ ମରୁଭୂମି ମୁହାଁ । ବ୍ୟାରେଜ ଉପରେ ଛିଡ଼ା ହେଲେ ଓଡ଼ିଶା ପ୍ରତି ଅନ୍ୟାୟର ସ୍ପଷ୍ଟ ଚିତ୍ର ବାରି ହୋଇ ପଡୁଛି । ଛତିଶଗଡ଼ ପଟେ ନୀଳ ଜଳରାଶି ଦିଶୁଥିବା ବେଳେ ଓଡ଼ିଶା ପଟେ ଖାଲି ବାଲି ହିଁ ବାଲି । ଏଭଳି ସ୍ଥିତି ଲାଗିରହିଲେ ମହାନଦୀର ମୃତ୍ୟୁ ହୋଇଯିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଛତିଶଗଡ଼ ସରକାରର ମନମାନି ଭିତରେ ମହାନଦୀ ବିବାଦର ସମାଧାନ କେବେ ତାକୁ ଅପେକ୍ଷା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/23/mahanadi-dispute-2025-12-23-20-20-20.jpg)