କନକ ବ୍ୟୁରୋ: ଆଜି ମହାନଦୀ ବିବାଦ ନେଇ ଉଚ୍ଚ ସ୍ତରୀୟ କମିଟି ବୈଠକ ବସିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ବସିବ। ଓଡ଼ିଶା ଓ ଛତିଶଗଡ଼କୁ ନେଇ ଲାଗିରହିଥିବା ବିବାଦକୁ ନେଇ ମାନସମନ୍ଥନ ହେବ । ଏହି କମିଟି ମହାନଦୀ ଜଳ ସମ୍ପର୍କିତ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ । ଏବଂ ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ।
ଅଧିକ ପଢନ୍ତୁ: ସମାଧାନ ହେବ କି ମହାନଦୀ ବିବାଦ? ଉଚ୍ଚସ୍ତରୀୟ କମିଟି ବୈଠକରୁ ବାହାରିବ କି ନିଷ୍କର୍ଷ?
ଉଚ୍ଚସ୍ତରୀୟ କମିଟିରେ ସବୁ ଦଳର ସଦସ୍ୟ ଥିବାରୁ ସମାଧାନ ବାଟ ଫିଟିବା ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ପ୍ରତିନିଧି ରହିଛନ୍ତି । ଏହି କମିଟିରେ ସୁରେଶ ପୂଜାରୀ, ପ୍ରସାଦ ହରିଚନ୍ଦନ, ସମ୍ପଦ ସ୍ବାଇଁ, ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦ୍ଦୋଷ ସଦସ୍ୟ ରହିଛନ୍ତି ।
ମହାନଦୀ ବିବାଦ ଓଡ଼ିଶା ପାଇଁ ନୂଆ ନୁହେଁ । ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରୁ ଟ୍ରିବ୍ୟୁନାଲ ଯାଏଁ ଦ୍ବାରସ୍ଥ ହୋଇଥିଲା ଓଡ଼ିଶା । ହେଲେ ସମାଧାନ ହେବା ପରିବର୍ତ୍ତେ ବିବାଦ ବଢିଥିଲା । ଏବେ ଉଭୟ ଛତିଶଗଡ ଓ ଓଡ଼ିଶାରେ ବିଜେପି ସରକାର । ତେଣୁ ଓଡ଼ିଶା ଭଳି ଛତିଶଗଡ ଉଚ୍ଚସ୍ତରୀୟ କମିଟି ଗଢି ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି ଦାବି ରଖିଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହାକ । ଉଚ୍ଚସ୍ତରୀୟ କମିଟି ବୈଠକ ପୂର୍ବରୁ ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ବିବାଦକୁ ନେଇ ଶୁଣାଣି ହୋଇଥିଲା । ଆପୋସ ସମାଧାନ ପାଇଁ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛି ଟ୍ରିବ୍ୟୁନାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/23/mahanadi-meeting-2025-12-23-10-44-47.jpg)