କନକ ବ୍ୟୁରୋ : ମାଆ ସମଲେଶ୍ବରୀ ମନ୍ଦିରରେ ପ୍ରତିବର୍ଷ ବଢ଼ିଚାଲିଛି ଭକ୍ତଙ୍କ ସଂଖ୍ୟା । ସମଲେଶ୍ବରୀ ପ୍ରକଳ୍ପର ଆକର୍ଷଣ ବିଦେଶରୁ ଟାଣିଆଣୁଛି ପର୍ଯ୍ୟଟକଙ୍କୁ। ପର୍ଯ୍ୟଟନ କ୍ଷେତ୍ରରେ ହୀରାକୁଦକୁ ମଧ୍ୟ ପଛରେ ପକାଇଛି ମାଆ ସମଲେଶ୍ବରୀଙ୍କ ମନ୍ଦିର ।
କିଏ ଭକ୍ତିର ଅର୍ଘ୍ୟ ଅର୍ପଣ କରି ମାଆଙ୍କୁ ଡାକୁଛି ତ କିଏ ଓଡ଼ିଶାର ଐତିହ୍ୟକୁ ନିଜ ମୋବାଇଲରେ ସାଇତା ସ୍ମୃତି କରି ରିଖିବାକୁ ପ୍ରୟାସ କରୁଛି । ମାଆଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ । ଗତ ୪ ବର୍ଷ ହେଲା ସମଲେଶ୍ବରୀ ପ୍ରକଳ୍ପ ଓ ମହାନଦୀର ଅପୂର୍ବ ସୌନ୍ଦର୍ଯ୍ୟ ଓ ମାଆଙ୍କ ପାଇଁ ଥିବା ଭକ୍ତି ଟାଣି ଆଣୁଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ।
ସାରସକଣା ବିଧାୟକଙ୍କ ଗାଡ଼ି ଧକ୍କା ; ୨ ଗୁରୁତର
୨୦୨୪ରେ ସମ୍ବଲପୁରରେ ୬ ଲକ୍ଷ ୯୩ ହଜାର ୨୭୫ ଜଣ ପର୍ଯ୍ୟଟକଙ୍କ ପାଦ ପଡ଼ିଥିଲା । ସେହିପରି ୫୮୫ ବିଦେଶୀ ପର୍ଯ୍ୟଟକ ମଧ୍ୟ ସମ୍ବଲପୁର ଆସିଥିଲେ। ୨୦୨୩ରେ ଏ ସଂଖ୍ୟା ଥିଲା ୫ ଲକ୍ଷ ୯୨ ହଜାର ୪୬୧ । ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ରେକର୍ଡ କରିବ ବୋଲି କୁହାଯାଉଛି । ଏପଟେ ୨୦୨୪ରେ ୫ ଲକ୍ଷ ୧ ହଜାର ୬୦୫ ପର୍ଯ୍ୟଟକ ହୀରାକୁଦ ଆସିଥିଲେ । ଅର୍ଥାତ ହୀରାକୁଦ ଅପେକ୍ଷା ସମଲେଶ୍ବରୀ ମନ୍ଦିରକୁ ଅଧିକ ପର୍ଯ୍ୟଟକ ଆସିଛନ୍ତି । ସମଲେଶ୍ବରୀ ପ୍ରକଳ୍ପ ଦେଖିବା ପାଇଁ ଓଡ଼ିଶାର କୋଣ ଅନୁକୋଣ ସମେତ ବିଦେଶରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।
କାମରେ ଆସୁନି ଅତ୍ୟାଧୁନିକ ବାରବାଟୀ ଫୁଡକୋର୍ଟ, ଖର୍ଚ୍ଚ ହେଲା କୋଟି କୋଟି, ଏବେ କିନ୍ତୁ ଝୁଲୁଛି ତାଲା
ପର୍ଯ୍ୟଟନ ଋତୁ ଆସିବା ସହ ମନ୍ଦିରରେ ବେଶ୍ ଭିଡ଼ ଜମୁଛି । ଦିନ ଅପେକ୍ଷା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଏବଂ ପ୍ରକଳ୍ପର ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ସନ୍ଧ୍ୟାରେ ଅଧିକ ଭିଡ଼ ହେଉଛି ।
Follow Us