ଆସ୍ଥା ବଢାଉଛନ୍ତି ମାଲକାନଗିରି ଖଇରପୁଟର ମା’ ଦାମଲଦେଈ, ଏକାଠି ହେଲେ ହଜାର ହଜାର ଶ୍ରଦ୍ଧାଳୁ

Advertisment

୩ ରାଜ୍ୟରୁ ଛୁଟିଲା ଭକ୍ତଙ୍କ ସୁଅ । ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଲେ ଦର୍ଶକ ।

୩ ରାଜ୍ୟରୁ ଛୁଟିଲା ଭକ୍ତଙ୍କ ସୁଅ । ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଲେ ଦର୍ଶକ ।

maa damaldei

maa damaldei Photograph: (KanakNews)

କନକ ବ୍ୟୁରୋ:  ଆସ୍ଥା ବଢାଉଛନ୍ତି ମା’ ଦାମଲଦେଈ । ପାରମ୍ପରିକ ଆଦିମ କାଳରୁ ପୂଜା ପାଉଥିବା ମାଆ ଦାମଲଦେଇଙ୍କ ଆସ୍ଥା ଯୋଗୁ ୩ ରାଜ୍ୟର ଶ୍ରଦ୍ଧାଳୁ ଏକାଠି ହୋଇ ଶୁଭ ମନାସୀଛନ୍ତି । ଗୋଟିଏ ସ୍ଥାନରେ ପୂଜା ପାଉଛନ୍ତି ଗାଁ ଗଣ୍ତାରୁ ଆସିଥିବା ଲାଠୀ ଦେବାଦେବୀ ।  

ମା’ ଦାମଲଦେଇ, ଆସ୍ଥା ଓ ବିଶ୍ବାସର ପ୍ରତୀକ । ଶ୍ରଦ୍ଧାଳୁଙ୍କ ଭରସା ବଢାଇଛି ମା’ଙ୍କ ଆବାହନ। ୩ ରାଜ୍ୟରୁ ମା’ଙ୍କୁ ଦର୍ଶନ କରି ଯାତ୍ରାରେ ସାମିଲ ହେବାକୁ ଛୁଟି ଆସୁଛନ୍ତି ଭକ୍ତ । ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଦେଖୁଛନ୍ତି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମା’ ଦାମଲଦେଇଙ୍କ ଯାତ୍ରା । ପ୍ରତ୍ୟେକ୍ଷ ଦେବୀ ଦାମଲଦେଈଙ୍କ ପାଖରେ ପୂଜା ପାଇବା ପାଇଁ ବିଭିନ୍ନ ଗାଁ ଗଣ୍ତାରୁ ନିମନ୍ତ୍ରିତ ହୋଇଛନ୍ତି ଲାଠିଦେବୀ । ଏକାଠି ହୋଇ ପୂଜା ପାଇଛନ୍ତି ସମସ୍ତ ଦେବାଦେବୀ । ପାରମ୍ପରିକ ରୀତିନୀତି ଅନୁସାରେ ମାଣିକାଟନାରୁ ମା’ଙ୍କ ଆବାହନକୁ ଶୋଭାଯାତ୍ରାରେ ଆଣି ମନ୍ଦିର ପରିସରରେ ଆଦିବାସୀ ରୀତିନୀତି ଅନୁସାରେ ପୂଜା ପାଠ କରାଯାଇଛି । 

ଅଧିକ ପଢନ୍ତୁ: କ’ଣ ମା’ କାଳୀଙ୍କ ଅବତାର ଥିଲେ ଶ୍ରୀକୃଷ୍ଣ ? କ’ଣ ଥିଲା ଶ୍ୟାମାକାଳୀଙ୍କ ରୂପ ପଛର କାହାଣୀ ?

 ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୩ ଦିନ ଧରି ମା’ଙ୍କ ଯାତ୍ରା ବେଶ ଧୁମଧାମରେ ପାଳନ କରାଯାଇଛି । ଆଦିବାସୀଙ୍କ ରୀତିନୀତି ଅନୁସାରେ ଆଦିମ ପୂଜା ଅନୁଷ୍ଠିତ ହୋଇଛି । ମା’ଙ୍କ ଆବାହନର ସତ୍ୟତା ଥିବାରୁ ବାହାରୁ ଆସି ମନସ୍କାମନା କରିଥାନ୍ତି ଶ୍ରଦ୍ଧାଳୁ । ଆଉ ମାନସିକ ପୂରଣ ହେଲେ ମା’ଙ୍କ ପାଖେ ନାନାଦି ପ୍ରକାର ଭୋଗରାଗ କରନ୍ତି । ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଯାତ୍ରା କମିଟି ତରଫରୁ ମିନା ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe