କନକ ବ୍ୟୁରୋ: ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଫେରାର ଥିବା ମାଲିକ ସୌରଭ ଓ ଗୌରବ ଲୁଥ୍ରା ଭାଇଙ୍କୁ ଭାରତ ଅଣାଯାଉଛି । ଥାଇଲାଣ୍ଡରେ ଗିରଫ ପରେ ଉଭୟଙ୍କୁ ବ୍ୟାଙ୍କକ୍ ନିଆଯାଇଛି । ବର୍ତ୍ତମାନ ଫୁକେଟ୍ ଇମିଗ୍ରେସନ୍‌ ସେଣ୍ଟରରେ ରଖାଯାଇଛି । ସେଠୁ ଦିଲ୍ଲୀ ଅଣାଯିବ । ଅଗ୍ନିକାଣ୍ଡ ପରେ ଦୁଇଭାଇ ଫେରାର ଥିଲେ । ବିଦେଶ ମନ୍ତ୍ରାଳୟ ଓ ସିବିଆଇକୁ ଅପିଲ କରି ମାଲିକଙ୍କ ବିରୋଧରେ ରେଟ୍ କର୍ଣ୍ଣର ନୋଟିସ ପାଇଁ ଅପିଲ କରିଥିଲା ଗୋଆ ପୁଲିସ । ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଲୁଥ୍ରା ବ୍ରଦର୍ସ କରିଥିବା ଜାମିନ ଆବେଦନ ଖାରଜ ପରେ ଏମାନଙ୍କୁ ଗିରଫ କରାଯାଇଛି ।

Advertisment

ଅଧିକ ପଢନ୍ତୁ:  ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ଫେରାର୍ କ୍ଲବ୍ ମାଲିକଙ୍କ ପ୍ରଥମ ବୟାନ


 ଗତ ଶନିବାର ଗୋଆ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ପରଠୁ ଉଭୟ ଭାଇ ଫେରାର ଥିଲେ । ତେବେ ତଦନ୍ତ ପ୍ରକ୍ରିୟା ଭିତରେ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ମଧ୍ୟ ଆସିଛି । ଦେଶବିଦେଶରେ ନକଲି କମ୍ପାନି  ଚଳାଉଥିଲେ ଲୁଥ୍ରା ବ୍ରଦର୍ସ । ମୋଟ ୪୬ଟି ନକଲି କମ୍ପାନି ଠାବ ହୋଇଛି। କିଛି କମ୍ପାନିରେ ମାଲିକାନା ଥିବାବେଳେ କିଛି କମ୍ପାନିରେ ପାର୍ଟନର ଅଛନ୍ତି ସୌରଭ ଓ ଗୌରବ ଲୁଥ୍ରା । ଡିସେମ୍ବର ୬ । ଗୋଆର ଅନ୍ୟତମ ନାମୀଦାମୀ ନାଇଟ୍ କ୍ଲବ ରୋମିଓ ଲେନର ରୋଷେଇ ଘରେ ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ୨୫ଜଣଙ୍କ ମୃତ୍ୟୁ ସହ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି କାରଣରୁ ଭୟଙ୍କର ଅଗ୍ନିକାଣ୍ଡକୁ ରୋକାଯାଇପାରିନଥିବା ଅଭିଯୋଗ ହୋଇଛି ।