କନକ ବ୍ୟୁରୋ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ପରେ ସାମ୍ନାକୁ ଆସିଲା ଫେରାର୍ କ୍ଲବ୍ ମାଲିକଙ୍କ ପ୍ରଥମ ବୟାନ । ସେ କହିଛନ୍ତି ଯେ, ଲୋକଙ୍କ ମୃତ୍ୟୁରେ ମୁଁ ଭାଙ୍ଗିପଡ଼ିଛି । ଗୋଆର ନାଇଟ୍ କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣ ପ୍ରାଣ ହରାଇଛନ୍ତି । ତେବେ ଫେରାର୍ ଥିବା କ୍ଲବ୍ ମାଲିକ ସୌରଭ ଲୁଥ୍ରା ଏହି ଘଟଣାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଏହି ଦୁଃଖଦ ଘଟଣା ମୋତେ ସମ୍ପୂର୍ଣ୍ଣ ଭାବେ ହୋହଲାଇ ଦେଇଛି । ଯେଉଁମାନେ ଆମ ଷ୍ଟାଫ୍ ଥିଲେ, କିମ୍ବା ପର୍ଯ୍ୟଟକ ଥିଲେ, ସେମାନଙ୍କୁ ହରାଇବା ଅତ୍ୟନ୍ତ କଷ୍ଟଦାୟକ । ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ମୁଁ ଜାଣିଛି, ଏହି କ୍ଷତି କେବେ ପୂରଣ ହେବ ନାହିଁ । ଅନ୍ୟପକ୍ଷରେ, ପୁଲିସ ଏହି ଘଟଣା ପାଇଁ କ୍ଲବ୍ ମାଲିକ ସୌରଭ ଲୁଥ୍ରାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଜାରି ରଖିଛି । ୪ ଜଣଙ୍କୁ ଗିରଫ କରିଛି ପୁଲିସ୍ । ଘଟଣା ପରଠାରୁ ମାଲିକ ଫେରାର ଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ କରୁଛି ।
ଆହୁରି ପଢ଼ନ୍ତୁ : ଲୋୟର ପିଏମଜିରେ ଗର୍ଜିଲେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ
ତେବେ ଗୋଆର ଅର୍ପୋରାସ୍ଥିତ ‘ବର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ବିଷୟରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ନିଆଁ ପ୍ରଥମେ ଡ୍ୟାନ୍ସ୍ ଫ୍ଲୋରରୁ ଉଠିଥିଲା ଏବଂ ମାତ୍ର ୧୫-୨୦ ସେକେଣ୍ଡ୍ ମଧ୍ୟରେ ସମଗ୍ର କ୍ଲବ୍ ଭୀଷଣ ନିଆ କବଳକୁ ଆସିଯାଇଥିଲା । ଘଟଣାସ୍ଥଳରୁ ବର୍ତ୍ତି ଯାଇଥିବା ଜଣେ ୨୮ ବର୍ଷୀୟ ପର୍ଯ୍ୟଟକ କହିଛନ୍ତି, ‘ବଲିଉଡ୍ ଫିଲ୍ମ ଗୀତରେ ଆମେ ଡ୍ୟାନ୍ସ୍ କରୁଥିଲୁ । ହଠାତ୍ ଡିଜେ କନ୍ସୋଲ୍ ପଛରେ କିଛି ଜଳୁଥିବା ଦେଖାଗଲା ଓ ତା’ପରେ ତଳେ ଡ୍ୟାନ୍ସ୍ ଫ୍ଲୋର୍ରୁ ନିଆଁ ଉଠିଲା । ସବୁ ଲାଇଟ୍ ଲିଭିଗଲା । କେବଳ ନିଆଁ ଓ ଘନ କଳା ଧୂଆଁ ଭିତରେ ସବୁକିଛି ବୁଡ଼ିଗଲା । ଲୋକେ ଚିତ୍କାର କରି ଦୌଡ଼ୁଥିଲେ, କିନ୍ତୁ କିଛି ବୁଝି ପାରୁନଥିଲେ । ମୁଁ ଅନ୍ୟ କିଛି ଲୋକଙ୍କ ସହ ପଛ ଦ୍ବାର ଦେଇ ବାହାରି ଆସିଥିଲି । ଯେଉଁମାନେ ବେସ୍ମେଣ୍ଟକୁ ଯାଇଥିଲେ, ସେମାନଙ୍କର କୌଣସି ଖବର ମିଳିନଥିଲା ।
ଆହୁରି ପଢ଼ନ୍ତୁ : ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନ୍ସ: ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ନିଆଁ ଲାଗିବା ପରେ କ୍ଲବ୍ର ସିଲିଂରୁ ପ୍ଲାଷ୍ଟିକ ଓ ଅନ୍ୟ ସାମଗ୍ରୀ ଜଳି ବିଷାକ୍ତ ଧୂଆଁ ସୃଷ୍ଟି କରିଥିଲା । ଏହା ଯୋଗୁଁ ଅଧିକାଂଶ ଲୋକ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ସେ ଆହୁରି କହିଛନ୍ତି, ‘ଜରୁରୀ ପ୍ରସ୍ଥାନ ଦ୍ୱାର ଥିଲା, କିନ୍ତୁ ଅନ୍ଧାର ଓ ଧୂଆଁ ଯୋଗୁଁ କେହି କିଛି ଦେଖି ପାରୁନଥିଲେ । ଲୋକେ ଏକାଠି ପ୍ରାଣ ବିକଳରେ ଆଗକୁ ଯିବାବେଳେ ତଳେ ପଡ଼ିଯାଇଥିଲେ ଓ ଅନେକ ଉଠିପାରିନଥିଲେ ।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/08/saurabh-luthra-2025-12-08-14-41-02.jpeg)