କନକବ୍ୟୁରୋ : ଗୋଆ ପରେ ପୁଣେରେ ଭୟାବହ ଅଗ୍ନିକାଣ୍ଡ । ପୁଣେର ସଦାଶିବ ପେଠ ଅଞ୍ଚଳରେ ରାମେଶ୍ ଡାଏଇଙ୍ଗ୍ ଭବନର ଛାତ ଉପରେ ଆଜି ବଡ଼଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପୁଣେ ମ୍ୟୁନିସିପାଲ୍ କର୍ପୋରେସନ୍ ଅଧିକାରୀମାନଙ୍କ କହିବା ଅନୁଯାୟୀ, ନିଆଁ ଲାଗିବା ପରେ ଏହା ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା । ଅଗ୍ନିଶମ ବାହିନୀ ୫ଟି ଗାଡ଼ି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ.... ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ; ଯାତ୍ରୀଙ୍କୁ ମିଳିବ ଫାଇଦା
ସୂଚନାଯୋଗ୍ୟ, ଗୋଆରେ ଏକ ଲୋକପ୍ରିୟ ନାଇଟ୍ କ୍ଲବ ରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ଗ୍ୟାସ୍ ସିଲିଣ୍ତର ଫାଟିଯିବାରୁ ୨୩ ଜଣ ଜୀବନ୍ତ ଦଗ୍ଧ, ଏକାଧିକ ଆହତ ହୋଇଥିଲେ । ଗୋଆର ରାଜଧାନୀ ପଣଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଥିଲା । ତେବେ ଆହତକଙ୍କ ମଧ୍ୟରେ ତିନି ମହିଳା ରୋଷେୟା, ୪ ପର୍ଯ୍ୟଟକ ଥିବା ନେଇ ଗୋଆ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଜାଣିରଖିବା ଉଚିତ୍ ଯେ ଉତ୍ତର ଗୋଆର ଅରପୋରା ଗାଁରେ ଥିବା ଏକ ଜନପ୍ରିୟ ନାଇଟ୍ କ୍ଲବ୍ରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଭୟଙ୍କର ନିଆଁ ଲାଗିଯାଇଥିଲା । ଯାହା ଫଳରେ ଅତି କମ୍ରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ କହିଥିଲେ ।
ଏହି ଘଟଣା ଶନିବାର ମଧ୍ୟରାତ୍ରିରେ ଘଟିଛି । ନାଇଟ୍ କ୍ଲବ୍ଟିର ନାମ ହେଉଛି "ବର୍ଚ୍ ବାଇ ରୋମିଓ ଲେନ୍" । ଏହି ନାଇଟ୍ କ୍ଲବ ଗତ ବର୍ଷ ଖୋଲା ଯାଇଥିଲା । ଅଧିକାରୀମାନଙ୍କ ମୁତାବକ, ମୃତକ ମାନଙ୍କ ମଧ୍ୟରୁ ଅଧିକାଂଶ ରୋଷେଇ ଘର କର୍ମଚାରୀ ଥିଲେ ଏବଂ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ରାତି ୧୨ ଟା ୦୪ ମିନିଟରେ ପୁଲିସ କଣ୍ଟ୍ରୋଲ ରୁମକୁ ନିଆଁ ଲାଗିବା ସୂଚନା ମିଳିଥିଲା । ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ବର୍ତ୍ତମାନ ନିଆଁ ନିୟନ୍ତ୍ରଣାଧୀନ ଅଛି ଏବଂ ସମସ୍ତ ମୃତଦେହ ଉଦ୍ଧାର କରାଯାଇସାରିଛି । ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୗେପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/pune-2025-12-09-14-44-47.png)