Photograph: (kanaknews)
କନକ ବ୍ୟୁରୋ : ଚନ୍ଦ୍ର ଗ୍ରହଣ ସର୍ବମୋକ୍ଷ ପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ହୋଇଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ବିଳମ୍ୱିତ ରାତି ଯାଏଁ ମହଣମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସଂଧ୍ୟା ୬ଟା ୪୭ ମିନିଟରେ ସର୍ବମୋକ୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଗ୍ରହଣ ଭୋଗ, ମଇଲମ ପରେ ଅନୁଷ୍ଠିତ ହୋଇଥିଲା ଶ୍ରୀଜିଉଙ୍କର ସୁନାବେଶ ।
ଅଧିକ ପଢନ୍ତୁ : ବୌଦ୍ଧରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ : ଜିଲ୍ଲା ମହୋତ୍ସବରୁ ଆସିଲା ଅଭାବନୀୟ ଦୃଶ୍ୟ
ପାଟବସ୍ତ୍ର ସହ ୩୨ ପ୍ରକାରର ଅଳଙ୍କାର ଲାଗି ହୋଇଛି । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମୁଦାୟ ଶ୍ରୀମନ୍ଦିର ଓ ଦୋଳବେଦୀରେ ୨୩ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛି । ରାତି ସାଢ଼େ ୧୨ଟାରେ ଛେରା ପହଁରା କରାଯାଇଥିଲା । ରାତି ପ୍ରାୟ ୨ଟାରେ ଦିଅଁ ବିମାନକୁ ବିଜେ କରିଥିଲେ । ରାତି ୩ଟା ବେଳକୁ ଦିଅଁ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଛନ୍ତି ।
Follow Us