କନକବ୍ୟୁରୋ : ବୌଦ୍ଧ ଜିଲ୍ଲା ମହୋତ୍ସବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅସମ୍ମାନ । ନୃତ୍ୟ ପରିବେଷଣ ପରେ ଶ୍ରୀଜଗନ୍ନାଥଙ୍କ ଫଟୋକୁ ଅସମ୍ମାନ କଲେ କଳାକାର ।  ଗ୍ରୀନ୍‌ ରୁମ୍‌ରେ ଜଗନ୍ନାଥଙ୍କ ଫୋଟକୁ ତଳେ ପକାଇ ରଖିଲେ କଳାକାର ।  କେତେବେଳେ ଜଗନ୍ନାଥଙ୍କ ଫଟୋ ଉପରେ ଡେଇଁକି ଯାଉଥିବାର ଦେଖିବାକୁ ମିଳିଛି , ତ ପୁଣି କେତେବେଳେ ଶ୍ରୀଜଗନ୍ନାଥଙ୍କ ଫଟୋ ଉପରେ ଅନ୍ୟ ଜିନିଷ ରଖିଛନ୍ତି । କ୍ୟାମେରା ଦେଖିଲା ପରେ ଛାନିଆ ହୋଇ ଫୋଟକୁ ଉଠାଇ ନେଇଛନ୍ତି କଳାକାର । ଏସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏଭଳି ଦୃଶ୍ୟ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବା ବେଗକୁ କଷ୍ଟ ପହଞ୍ଚାଇବ ନିଶ୍ଚୟ ।  

Advertisment

ଭୁବନେଶ୍ବର ବିମାନବନ୍ଦରରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ଚାଲିଥିବା ମହୋତ୍ସବରେ ଓଡ଼ିଆ ଅସ୍ମିତାକୁ ନେଇ ଏକ ନୃତ୍ୟ ପରିବେଷଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ସୀଙ୍ଘମ୍  ଡ୍ୟାନସ୍ ଷ୍ଟୁଡିଓର ଗ୍ରୁପ୍ ପହଞ୍ଚିଥିଲା  । ଏହି ଟିମ୍ ବୌଦ୍ଧ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଆସି ଓଡ଼ିଆ ଅସ୍ମିତାକୁ ନେଇ ନିଜର ନୃତ୍ୟ ପରିବେଷଣ କରିଥିଲେ । ଏଥିସହିତ ଓଡ଼ିଆଙ୍କ ୧୨ ମାସରେ ୧୩ ପର୍ବକୁ ନେଇ ନୃତ୍ୟ ପରିବେଷଣ କରିଥିଲେ ।  ମଞ୍ଚ ଉପରେ ଜଗନ୍ନାଥଙ୍କୁ ସମ୍ମାନ ଜଣାଇ ଜୟ ଜଗନ୍ନାଥଙ୍କ ଗୀତରେ ଅତି ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ ।  ମାତ୍ର ନୃତ୍ୟ ପରିବେଷଣ ପରେ କଳାକାରମାନେ ଗ୍ରୀନରୁମ୍‌ରେ ଜଗନ୍ନାଥଙ୍କ ଫଟୋକୁ ନେଇ ତଳେ ପକେଇ ଦେବା ସହିତ ତାଙ୍କ ଫଟୋ ଉପର ଦେଇ ଚଳପ୍ରଚଳ ହେଉଥିଲେ ।  ସେପଟେ ଜଗନ୍ନାଥଙ୍କ ଫୋଟ କୁ ତଳେ ପକାଇବାକୁ ନେଇ ପ୍ରଶ୍ନ କରିବାରୁ ଖାମ ଖିଆଲି ଭାବେ ଉତ୍ତର ରଖିଥିଲେ କଳାକାର ।