କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଦର୍ଶନ ସାରି ତିନି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ଲୁ-ବୁକ୍ ସିକ୍ୟୁରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି, ମଙ୍ଗଳବାର ଏହାର ସମୀକ୍ଷା କରିଛନ୍ତି ଏଡିଜି ଦୟାଲ ଗାଙ୍ଗୱାର ଓ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି । ପ୍ରତି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଲେଖାଏଁ ଅଭିଜ୍ଞ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି । କୋଣସି ପ୍ରକାର ତ୍ରୁଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୋଲିସ ବିଭାଗ ସଚେତନ ରହିଛି  ।

Advertisment

ସୁରକ୍ଷା ଦୃଷ୍ଟିରୁ ସହରରେ ୪୮ ପ୍ଲାଟୁନ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି । ୬ ଜଣ ଏସପି ଓ କମାଣ୍ଡାଣ୍ଟ ରାଙ୍କ ଅଫିସର, ୧୨ ଜଣ ଏଏସପି ଡେପୁଟି କମାଣ୍ଡାଣ୍ଟ ଅଫିସର , ୨୭ ଡିଏସପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଫିସର, ୬୦ ଇନ୍ସପେକ୍ଟର,୧୬୦ ଏସଆଇ ୩୪୦ ହୋମଗାର୍ଡ,୩ ଟି ଏସ୍ଓଜି ଟିମ୍,୨ ଟି ଡିବିଏଫ ଟିମ୍ ଏବଂ ଗୋଟିଏ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ମହାମହିମ ଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପ୍ରସ୍ତୁତ ରହିଛି । ଏହା ପୂର୍ବରୁ ରାଷ୍ଟ୍ରପତି  ଯାଜପୁର ଗସ୍ତରେ ଯାଇଥିଲେ ସେଠାରେ ମା ବିରଜଙ୍କା ଦର୍ଶନ କରିଥିଲେ ଏବଂ ନାଭିଗୟାରେ ପିଣ୍ତଦାନ କରିଥିଲେ ।

 ଆହୁରି ପଢନ୍ତୁ : ପୁଣି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ : ଦୁଇ ବିମାନର ଉଡାଣ ବାତିଲ