କନକ ବ୍ୟୁରୋ: ମନ୍ଦିରମାଳିନୀ ସୁବର୍ଣ୍ଣପୁରରେ ଖୁସିର ଲହରୀ । ୪୨ ବର୍ଷ ପରେ ଘରକୁ ଫେରିଛନ୍ତି ପ୍ରଭୁ ଗୋପାଳଜୀ  । ୧୯୮୨ରେ ସୁବର୍ଣ୍ଣପୁର ଗୋପାଳଜୀ ମନ୍ଦିରରୁ ପ୍ରଭୁ ଗୋପାଳଜୀ, ରାଧା, ଗରୁଡ଼ଙ୍କ ସହ ୯ ଟି ପାର୍ଶ୍ବ ଦେବଦେବୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତିକୁ ଚୋରି କରି ନେଇଥିଲେ ଦୃବୁର୍ତ୍ତ । ଏହାକୁ ବିଦେଶକୁ ରପ୍ତାନି କରିବା ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ସିବିଆଇ ଧରିଥିଲା । ସେବେଠୁ ଦୀର୍ଘ ୪୨ ବର୍ଷ ଧରି ସିବିଆଇ ମାଲଖାନାରେ ଥିଲା ମୂର୍ତ୍ତି ଗୁଡ଼ିକ ।

Advertisment

ନ୍ୟାୟିକ ବ୍ୟବସ୍ଥାର ବିଳମ୍ବ, ତତ୍କାଳୀନ ଦେବୋତ୍ତର ବିଭାଗ ଅଧିକାରୀଙ୍କ ଅବହେଳା ପାଇଁ ଜିଲ୍ଲାବାସୀଙ୍କ ମୂର୍ତ୍ତି ଫେରିବା ଆଶା ମଉଳି ଯାଇଥିଲା । ହେଲେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ପ୍ରୟାସ ପାଇଁ କୋର୍ଟଙ୍କ ନିଷ୍ପତିରେ ମୂର୍ତ୍ତି ଫେରିବାରେ ସଫଳ ହୋଇଛି । ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମୂର୍ତ୍ତି ସବୁକୁ ଜିଲ୍ଲା କୋଷାଗାରରେ ରଖାଯାଇଥିବା ବେଳେ ଆନୁଷଙ୍ଗିକ ବ୍ୟବସ୍ଥା କରି ମୂର୍ତ୍ତିକୁ ମନ୍ଦିରରେ ପୁନଃସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନ ବୈଠକ ପରେ ନୀତି ନିର୍ଦ୍ଧାରଣ କରାଯାଇ ମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ଭକ୍ତ ନିଜ ଗୁହାରୀ କରିବା ପାଇଁ ଭଗବାନ ପାଖକୁ ଯାଆନ୍ତି । ଆଉ ଏଠି ଭଗବାନ ଭକ୍ତର ମନ କଥା ବୁଝି ଭକ୍ତ ପାଖକୁ ଫେରିଛନ୍ତି  l 

ଅଧିକ ପଢନ୍ତୁ : ‘ରାମାୟଣ’କଲା ବେଳେ ମହଙ୍ଗା ପଡ଼ିଥିଲା ସିଗାରେଟ୍ ଟାଣିବା । ଗାଳି ଶୁଣିଥିଲେ ଟିଭିର ଶ୍ରୀରାମ । ତେଲୁଗୁରେ ଗୋଭିଲଙ୍କୁ ପଡ଼ିଥିଲା ଗାଳି