ପ୍ରଭୁ ଶ୍ରୀରାମଙ୍କ ସ୍ବରୂପକୁ ଚର୍ମଚକ୍ଷୁରେ ଦେଖିବା ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହଁ ତେଣୁ ମର୍ୟ୍ୟାଦାପୁରୁଷଙ୍କ ଜୀବନଶୈଳୀକୁ ଜୀବନର ଆଧାର କରିବା ପାଇଁ ବହୁ ବର୍ଷ ତଳେ ଆରମ୍ଭ ହୋଇଥିଲା ଟେଲି ଧାରାବାହିକ ‘ରାମାୟଣ’। ୮୦ ଦଶକରେ ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣ ଯେତେବେଳେ ଟିଭିରେ ଆସୁଥିଲା ଆବାଳ ବୃଦ୍ଧ ବନିତାଙ୍କ ଚକ୍ଷୁ ଅଭିନେତା ଅରୁଣ ଗୋଭିଲଙ୍କୁ ହିଁ ଶ୍ରୀରାମଚନ୍ଦ୍ର ବୋଲି ମାନୁଥିଲେ ଏବଂ ପୂଜା ମଧ୍ୟ କରୁଥିଲେ ।

Advertisment

s

ସେତେବେଳେ ଲୋକ ହିଁ ବହୁତ ସରଳ ଥିଲେ ଆଜ୍ଞା , ଜଣେ ଅଭିନେତାକୁ ଅଲୌକିକ ବ୍ୟକ୍ତିତ୍ବର ଅଧିକାରୀ କେବଳ ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ ହିଁ କରିପାରେ । ଅରୁଣ ଏବଂ ସହ-କଳାକାରଙ୍କ ଉଚ୍ଚକୋଟିର ଅଭିନୟ ଏବଂ ଦର୍ଶକଙ୍କ ବିଶ୍ବାସରୁ ଜନ୍ମ ନେଇଥିଲା ଧାରାବାହିକ ‘ରାମାୟଣ’ , ଯାହାର କାର୍ପଟଦାର୍ ଥିଲେ ରାମାନନ୍ଦ ସାଗର । ଲୋକ ଟିଭିରେ ପ୍ରସାରିତ ହେଉଥିବା ରାମାୟଣକୁ ଦୀପ ,ଧୂପ ଦେଇ ପୂଜା କରୁଥିଲେ , ଏମିତିକି ରାମାୟଣର କଳାକାରଙ୍କୁ ଭଗବାନ ବୋଲି ମଧ୍ୟ ଭାବୁଥିଲେ । ଆଜି ରାମାୟଣର ପ୍ରଭୁ ଶ୍ରୀରାମ ଅର୍ଥାତ୍ ଅଭିନେତା ଅରୁଣ ଗୋଭିଲଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଏକ ରୋଚକ କଥା ।

jai

ଲୋକ ଭଗବାନ ଭାବୁଥିଲେ ବି ସେ ଜଣେ ଅଭିନେତା ସମସ୍ତଙ୍କ ପରି ଜଣେ ସାଧାରଣ ମଣିଷ । ଅଭ୍ୟାସ , କୁଅଭ୍ୟାସ ଉଭୟର ମିଶ୍ରଣରେ ତିଆରି ହାଡ଼,ମାଂସର ମଣିଷ । ଅରୁଣ ଥରେ ଏକ ସାକ୍ଷାତକାରରେ କହିଥିଲେ , ‘ମୁଁ ଯେତେବେଳେ ରାମାୟଣ ପାଇଁ ସୁଟିଂ କରୁଥିଲି ମୋର ସିଗାରେଟ୍ ଟାଣିବା ଅଭ୍ୟାସ ଥିଲା । ସୁଟିଂ ମଝିରେ କିଛି ସମୟର ବିରତି ଥିଲା ମୁଁ ସେଟ୍ ପଛପଟେ ସିଗାରେଟ୍ ଟାଣୁଥିଲି । ସେତିକିବେଳେ ୪ ରୁ ୫ ଜଣ ଦକ୍ଷିଣ ଭାରତୀୟ ଲୋକ ମୋ ପାଖକୁ ଆସିଲେ ଏବଂ ତେଲୁଗୁ ଭାଷାରେ ଅତି ଉଚ୍ଚ ସ୍ବରରେ ମତେ କିଛି କହିଲେ । ସେମାନଙ୍କ କଥାବାର୍ତ୍ତା ଦେଖି ଲାଗୁଥିଲା ସେମାନେ ମତେ ଗାଳି ଦେଉଛନ୍ତି । ମୁଁ ଆମ ସେଟର ଜଣେ ପିଲାକୁ ଡାକି ସେମାନେ କ’ଣ କହୁଛନ୍ତି ବୁଝାଇବାକୁ କହିବାରୁ ସେ କହିଥିଲେ , ସାର୍ ସେମାନେ ଆପଣଙ୍କୁ ଗାଳି କରୁଛନ୍ତି । ସେମାନେ କହୁଛନ୍ତି , ଆମେ ଆପଣଙ୍କୁ ଭଗବାନ ବୋଲି ଭାବୁଛୁ ଆଉ ଆପଣ ଏଭଳି କାମ କରୁଛନ୍ତି ।’ 

ଅରୁଣ ଗୋଭିଲ୍ ଯେତେବେଳେ ଏ କଥା ଶୁଣିଥିଲେ ତାଙ୍କୁ ବହୁତ ଖରାପ ଲାଗିଥିଲା । ଲୋକ ତାଙ୍କୁ ଏଭଳି ସମ୍ମାନର ଅଧିକାରୀ ଭାବୁଛନ୍ତି କିନ୍ତୁ ସେ ସାମାନ୍ୟ ସିଗାରେଟ୍ ପାଇଁ ଅପଦସ୍ତ ହେଲେ । ତାଙ୍କ ପ୍ରତି ଲୋକଙ୍କ ଭାବାବେଗ , ନିଜର ପ୍ରତିଷ୍ଠାକୁ ପାଦରେ ଦଳିଦେବାଟା ମୁର୍ଖାମୀ ଛଡ଼ା ଆଉ କିଛି ନୁହଁ ଭାବି ପଶ୍ଚାତାପ କରିବା ପାଇଁ ସେହି ଦିନଠାରୁ ସିଗାରେଟ୍ ଟାଣିବା ଛାଡ଼ିଦେଲେ ଅରୁଣ ।

jai ss

ଆଜିର ସମୟରେ ରାମାୟଣ ଧାରାବାହିକ ଶେଷ ହୋଇଛି କିନ୍ତୁ ଅରୁଣ ଗୋଭିଲଙ୍କ ଜୀବନ୍ତ ଅଭିନୟ ଲୋକଙ୍କ ମନରୁ ଯାଇନି । ଏହାରି ଭିତରେ ଅନେକ ସମୟ ଗଲାଣି , କେତେ ନୂଆ ପୌରାଣିକ ଧାରାବାହିକ ଟିଭିରେ ବାଜିଲାଣି କିନ୍ତୁ ରାମାନନ୍ଦ ସାଗରଙ୍କ ରାମାୟଣର ରସପାନ ଯିଏ କରିଛି ତାଙ୍କ ମନରେ ଏବେ ବି ରାମାୟଣର ସେ ସଂଗୀତ ‘ସୀତା ରାମ୍ ଚରିତ ଅତି ପାୱନ୍ ..ମଧୁର ସରସ ଔର୍ ଅତି ମନ୍ ଭାବନ ..’ ଜୀବନ୍ତ ହୋଇ ରହିଛି । 

sdfsef