ରାଜ୍ୟରେ ପ୍ରଥମ ପେଡିଆଟ୍ରିକ୍ ମଡ୍ୟୁଲାର ଓଟିର ଶୁଭାରମ୍ଭ: ଶିଶୁ ଭବନରେ ଦୁଇ ବର୍ଷର ଶିଶୁର ପ୍ରଥମ ଅସ୍ତ୍ରୋପଚାର

Advertisment

ଗୋଟିଏ ଓଟି ଜରୁରିକାଳୀନ ସମୟରେ ବ୍ୟବହାର କରାଯିବ । ଅନ୍ୟ ଦୁଇଟି ଓଟି ଦୈନନ୍ଦିନ ଅସ୍ତ୍ରୋପଚାର ପାଇଁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି । ମଡ୍ୟୁଲାର୍‌ ଓଟି ସହିତ ୨୫ ଶଯ୍ୟା ବିଶିଷ୍ଟ ସର୍ଜରି ଵାର୍ଡ ବି ଖୋଲାଯାଇଛି ।

ଗୋଟିଏ ଓଟି ଜରୁରିକାଳୀନ ସମୟରେ ବ୍ୟବହାର କରାଯିବ । ଅନ୍ୟ ଦୁଇଟି ଓଟି ଦୈନନ୍ଦିନ ଅସ୍ତ୍ରୋପଚାର ପାଇଁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି । ମଡ୍ୟୁଲାର୍‌ ଓଟି ସହିତ ୨୫ ଶଯ୍ୟା ବିଶିଷ୍ଟ ସର୍ଜରି ଵାର୍ଡ ବି ଖୋଲାଯାଇଛି ।

Sishu Bhavan

Sishu Bhavan Photograph: (Kanak News)

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପେଡିଆଟ୍ରିକ ମଡ୍ୟୁଲାର୍ ଓଟି ଆରମ୍ଭ । ଶିଶୁ ଭବନରେ ଦୁଇ ବର୍ଷର ଶିଶୁଙ୍କ ପ୍ରଥମ ଅସ୍ତ୍ରୋପଚାର ଏହି ଓଟିରେ କରାଯାଇଛି । ଖୁବ୍‌ଶୀଘ୍ର ଶିଶୁଙ୍କ ଜଟିଳ ଅସ୍ତ୍ରୋପଚାର ଏହି ଓଟିରେ କରାଯିବ । ତେବେ ରାଜ୍ୟରେ ଥିବା ୧୭ଟି ମେଡିକାଲ୍ କଲେଜର ଶିଶୁ ରୋଗୀଙ୍କୁ ଏହି ମଡ୍ୟୁଲାର୍‌ ଓଟିରେ ଅସ୍ତ୍ରୋପଚାର କରାଯିବାକୁ ବ୍ୟବସ୍ଥା କରାଯାଇଛି । ଶିଶୁ ଭବନର ଜାପାନ କୋଠାରେ ପେଡିଆଟ୍ରିକ୍‌ ସର୍ଜରି ପାଇଁ ଦୁଇଟି ସାଧାରଣ ଓଟି ଚାଲୁଥିଲା । କିନ୍ତୁ ଏଥିରେ ଜଟିଳ ଅସ୍ତ୍ରୋପଚାର ବ୍ୟବସ୍ଥା ନଥିଲା । ଏସବୁ ବଡ଼ ଅସ୍ତ୍ରୋପଚାର ମଡ୍ୟୁଲାର୍‌ ଓଟିରେ ସମ୍ଭବପର ହୋଇପାରିବ । ଶିଶୁଭବନର ଚତୁର୍ଥ ମହଲାରେ ତିନୋଟି ମଡ୍ୟୁଲାର୍‌ ଓଟି ଚଲାଇବା ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ।

ଗୋଟିଏ ଓଟି ଜରୁରିକାଳୀନ ସମୟରେ ବ୍ୟବହାର କରାଯିବ । ଅନ୍ୟ ଦୁଇଟି ଓଟି ଦୈନନ୍ଦିନ ଅସ୍ତ୍ରୋପଚାର ପାଇଁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି । ମଡ୍ୟୁଲାର୍‌ ଓଟି ସହିତ ୨୫ ଶଯ୍ୟା ବିଶିଷ୍ଟ ସର୍ଜରି ଵାର୍ଡ ବି ଖୋଲାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଓଟି କାର୍ଯ୍ୟକ୍ଷମ କରାଯାଇଛି । ଏହି ମଡ୍ୟୁଲାର ଓଟିରେ ବାୟୁ ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ କରାଯିବ । ଓଟିରେ ସମସ୍ତ ଅପରେସନ୍ ଓ ଡାକ୍ତରୀ ଟିମର ଗତିବିଧି କ୍ୟାମେରାରେ ରେକର୍ଡ କରାଯିବ । କ୍ୟାମେରା ମାଧ୍ୟମରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ବଡ଼ ମନିଟରରେ ଅସ୍ତ୍ରୋପଚାରକୁ ସିଧାସଳଖ ଦେଖିପାରିବେ । ଶିଶୁଭବନରେ ପୂର୍ଣ୍ଣକାଳୀନ ଆନାସ୍ଥେସିଆ ୟୁନିଟ ଆରମ୍ଭ କରାଯାଉଥିବା ବେଳେ ଏବେ ୨୪ ଘଣ୍ଟିଆ ଅପରେସନ୍ ମଡ୍ୟୁଲାର ଓଟିରେ ସମ୍ଭବ ହେବାକୁ ଯାଉଛି । ଏହି ୟୁନିଟ୍‌ରେ ଜଣେ ଲେଖାଏ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ନିଯୁକ୍ତ ହେବେ । ଏମାନେ ତିନୋଟି ମଡ୍ୟୁଲାର ଓଟି ଓ ଗୋଟିଏ ରିକଭରି ରୁମ ଦାୟିତ୍ବରେ ରହିବେ । 

ଆହୁରି ପଢ଼ନ୍ତୁ... କନ୍ଧମାଳରେ ନକ୍ସଲ ବିରୋଧୀ ଅପରେସନରେ ପୁଲିସକୁ ସଫଳତା, ଟାର୍ଗେଟରେ ନକ୍ସଲ କମାଣ୍ଡର ସୁରେଶ

ଜଣେ ୨ ବର୍ଷ ୧୧ ମାସର ଶିଶୁ ପୁତ୍ରର ଏହି ନୂଆ ଓଟିରେ ଅସ୍ତ୍ରୋପଚାର କରାଯାଇଛି । ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ରଙ୍କ ତତ୍ତ୍ବାବଧାନରେ ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ, ସହକାରୀ ପ୍ରଫେସର ଡାକ୍ତର ଅବିନାଶ ପଣ୍ଡାଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । ଡାହାଣ ପଟ ଟେଷ୍ଟିସରେ ନିକଟରେ ଥିବା ଶୁକ୍ରାଣୁ ନାଡ଼ିରେ ଶିଶୁର ପାଣି ଜମି ଯାଇଥିଲା । ଏହାଫଳରେ ସିଷ୍ଟ ହୋଇଯାଇଥିଲା । ଏଭଳି ଜନ୍ମଗତ ତ୍ରୁଟି ଯୋଗୁ କୌଣସି ଔଷଧ ମାଧ୍ୟମରେ ଏହି ରୋଗରୁ ଆରୌଗ୍ୟ ହୋଇନଥାନ୍ତି । ତେଣୁ ଅସ୍ତ୍ରୋପଚାର ମାଧ୍ୟମରେ ଏହାର ସଫଳ ଉପଚାର ହୋଇଥିବା ଶିଶୁଭବନ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe