Meeting Photograph: (kanak news)
କନକ ବ୍ୟୁରୋ : ଆଜିଠୁ ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କାମ ଶୁଭାରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ୍ ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ରାଜ୍ୟର ୪୪ଟି ତହସିଲ୍ରେ ଏହି ସେବା ପାଇ ପାରିବେ ଉପଭୋକ୍ତା । ତୃତୀୟ ମହଲା ସମ୍ମିଳନୀ କକ୍ଷରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅଧିକ ପଢ଼ନ୍ତୁ--ରାତିରେ ଲାଇଟ୍ ଜାଳି ଶୋଉଥିଲେ ସାବଧାନ ! ବଢ଼ିପାରେ ହୃଦଘାତ ବିପଦ
ପୂର୍ବରୁ ୨୧୭ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ୧୩ ଜିଲ୍ଲାର ୪୪ଟି ତହସିଲରେ ଆରମ୍ଭ ହୋଇଛି । ଆଉ ବାକି ୫୬ଟି ତହସିଲରେ ଡିସେମ୍ବରରେ ଶୁଭାରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି । ଅନଲାଇନରେ ସ୍ଲଟ ବୁକ କରି ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କରି ପାରିବେ ଲୋକ। ରାଜ୍ୟରେ ସର୍ବାଧିକ ମୟୁରଭଞ୍ଜରେ ୧୨ଟି ତହସିଲ, କୋରାପୁଟରେ ୭ଟି ତହସିଲ, ସମ୍ବଲପୁରରେ ୫, ଢେଙ୍କାନାଳରେ ୩ଟି, କାନ୍ଧମାଳରେ ୩ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିଛି ।
Follow Us