କନକ ବ୍ୟୁରୋ : ଜମି ଡିମାର୍କେସନ ପାଇଁ ଅନଲାଇନ୍ରେ ଆବେଦନ କଲେ ମିଳିବ ତାରିଖ । ଡିମାର୍କେସନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡିବାକୁ ପଡ଼ିବନି । କିମ୍ବା କାହାକୁ ହାତଗୁଞ୍ଜା ଦେବାକୁ ପଡ଼ିବନି, କି ମାସ ମାସ ସମୟ ଗଡ଼ିବନି । ଏଣିକି ଜମି ଡିମାର୍କେସନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ ଅମିନ ଏବଂ ପୁଲିସ ଆସି କରିବେ ଆପଣଙ୍କ ଜମିର ଡିମାର୍କସେନ ।
ଏଥିପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ୍ ସାଇଟକୁ ଯିବାକୁ ପଡିବ। ସେଥିରେ ମୋବାଇଲ ନମ୍ବର ପଞ୍ଜୀକରଣ କରି ଡିମାର୍କେସନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି’ ଦେବାକୁ ପଡ଼ିବ । ଆବେଦନ ସଵମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ନିର୍ଦ୍ଧାରିତ ତାରିଖକୁ ମ୍ୟାସେଜରେ ଜଣାଇ ଦିଆଯିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସନ କରିବେ ।