କନକ ବ୍ୟୁରୋ: ଶୀତ ରାତିରେ ଖୋଲା ଆକାଶ ତଳେ ଜମିହରାଙ୍କ ଆମରଣ ଅନଶନ । ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା । ୧୯୮୪ରୁ ୮୬ ଭିତରେ ଓଡ଼ପଡ଼ା ବ୍ଲକ ବଉଳପୂର ପଲିଷ୍ଟର କମ୍ପାନୀ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇଥିଲା । ସାନ ବଉଳପୂର ଓ ବଡ଼ ବଉଳପୁର, ଟୁବିନାଳି, ଝର୍ଗାଡିଆ, ସଦାଶିବପୂର୍, ଆଦି ଗାଁ ର ୧୦୯ ପରିବାରଙ୍କ ୧୨୦ ଏକର ଜାଗା ଅଧିଗ୍ରହଣ ହୋଇଥଲା ।

Advertisment

ଅଧିକ ପଢନ୍ତୁ :  ଜମି ନେଲେ ଚାକିରି ଦେଲେନି ; କାନ୍ଦୁଛନ୍ତି ବିସ୍ଥାପିତ

ହେଲେ ଜମିହରା କ୍ଷତିଗ୍ରସ୍ତଙ୍କ ପରିବାରରୁ ଜଣଙ୍କୁ ଚାକିରି ମିଳିବାର ପ୍ରତିଶ୍ରୁତି କେବଳ ପ୍ରତିଶୃତିରେ ରହିଯାଇଛି । ଏବେ ପଲିଷ୍ଟର କଂପାନୀକୁ ଅନ୍ୟ ଏକ କମ୍ପାନୀ କିଣିନେଇ କଂପ୍ରେସ ବାଓ ଗ୍ୟାସ ପ୍ଲାଣ୍ଟ ନିର୍ମାଣ କରୁଛି ।  ଜମି ହରେଇଥିବା ପରିବାର ଗୁଡ଼ିକ ପକ୍ଷରୁ ପ୍ରଥମେ କମ୍ପାନୀ ଫାଟକ ଆଗରେ ଧାରଣା ଦିଆଯାଇଥିଲା । ହେଲେ କିଛି ସମାଧାନ ନହେବାରୁ ସେମାନେ ଏବେ ୪ ଦିନ ହେବ ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଧାରଣାରେ ବସିଛନ୍ତି । ଖୋଲାଆକାଶ ତଳେ ହାଡ଼ ଭଙ୍ଗା ଶୀତରେ ପୁରୁଷ ଓ ମହିଳା ଅନଶନରେ ବସିରହିଛନ୍ତି । ଅନସନକାରୀଙ୍କ ଭିତରୁ ଅନେକ ଅସୁସ୍ଥ ହୋଇ ଚିକିତ୍ସା ହେଉଛନ୍ତି କ୍ଷ ଡାକ୍ତର ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି କ୍ଷ ଦାବି ପୁରଣ ନହେବା ଯାଏଁ ଅନଶନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।