ତାରିଣୀ ମନ୍ଦିର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ : ୨୨ ଘର ଉଚ୍ଛେଦ

Advertisment

ସରକାରୀ ଜାଗାରୁ ଉଚ୍ଛେଦ ହେଲା ବାସ ଗୃହ ।  ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଲେ ଗ୍ରାମବାସୀ ।

ସରକାରୀ ଜାଗାରୁ ଉଚ୍ଛେଦ ହେଲା ବାସ ଗୃହ ।  ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଲେ ଗ୍ରାମବାସୀ ।

Tarini Temple

କନକ ବ୍ୟୁରୋ : ତାରିଣୀ ମନ୍ଦିର ଉନୟନ ପ୍ରକଳ୍ପ ଜମି ଅଧିଗ୍ରହଣ କଲା ପ୍ରଶାସନ । ସରକାରୀ ଜାଗାରୁ ଉଚ୍ଛେଦ ହେଲା ବାସ ଗୃହ ।  ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଲେ ଗ୍ରାମବାସୀ । ମା'ତାରିଣୀ ମନ୍ଦିର ସମନ୍ୱିତ ପ୍ରକଳ୍ପ ପାଇଁ ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ଘର କରି ରହିଥିବା ୨୨ଟି ଗୃହକୁ ଉଚ୍ଛେଦ ପାଇଁ ଆସିଥିଲେ ପ୍ରଶାସନିକ ଅଧିକାରୀ ।

 ସ୍ଥାନୀୟ ଲୋକେ ଉଚ୍ଛେଦକୁ ଜୋରଦାର ବିରୋଧ କରିବା ସହ ଠେଙ୍ଗାବାଡି ଧରି ଧାରଣା ଦେଇଥିଲେ । ପରେ ପ୍ରଶାସନ ଲୋକଙ୍କ ସହ ଆଲୋଚନା କରିବା ପରେ ଲିଖିତ ପ୍ରତିଶୃତି ଦେବାରୁ ଧାରଣା ହଟିବା ସହ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଛି ।

ଅଧିକ ପଢନ୍ତୁ : ଢେଙ୍କାନାଳରେ ତେଜୁଛି ରାଜନୀତି ; ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା

 କ୍ଷତିଗ୍ରସ୍ତ ପରିବାରର ଆସବାବ ପତ୍ର ସ୍ଥାନାନ୍ତରଣରେ ସହାୟତା କରିବା ପାଇଁ କିଛି ଶ୍ରମିକ ଓ ଟ୍ରାକ୍ଟରର ବ୍ୟବସ୍ଥା କରାଯିବ । କ୍ଷତିଗ୍ରସ୍ତ ପରିବାରଙ୍କୁ ରେଡକ୍ରସ୍ ଫଣ୍ଡରୁ ପରିବାର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଯୋଗ୍ୟ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ଜମି ଓ ଅନ୍ତଦ୍ୱୟ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପ୍ରଶାସନ ଦେବା ପରେ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe