କନକ ବ୍ୟୁରୋ : ଜବରଦଖଲ ଉଚ୍ଛେଦ ନାଁରେ ବେଘର କଲା ପ୍ରଶାସନ, ଖୋଲା ଆକାଶ ତଳେ ଶୀତ, କାକରରେ ରାତି ବିତାଇଲେ ପୀଡ଼ିତ ପରିବାର । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଉଛେଦ କାର୍ଯ୍ୟ ଚାଲିଥିବା ପରେ ମଙ୍ଗଳବାର ରାତିରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର । କ୍ଷତିଗ୍ରସ୍ତ ପରିବାର ବର୍ଷ ବର୍ଷ ଧରି ଯେଉଁ ଘରେ ରହି ଆସୁଥିଲେ ସେଇ ଘରକୁ ଏବେ ଭାଙ୍ଗି ଦିଆଯାଇଛି ।
କୌଣସି ଥଇଥାନ ବ୍ୟବସ୍ଥା ନଥିବା ବେଳେ ତମାମ ଆସବାବପତ୍ର ସହ ଖୋଲା ଆକଶ ତଳେ ପଡ଼ିରହିଛନ୍ତି ଗରିବ ପରିବାର । କେଉଁଠି ମାଆ, ବାପା ଛୋଟ ପିଲାକୁ ନେଇ ସାରା ରାତି ଉଜାଗର ରହିଛନ୍ତି ତ ଆଉ କେଉଁଠି ବୁଢ଼ୀ ମା ଭୋକ ଉପାସରେ ନିଜ ପୁଅ ଆସିବା ଅପେକ୍ଷାରେ ବସି ରହିଛନ୍ତି । ରାତି ସାରା ନିଜ ଜୀବନର ସମସ୍ତ ସମ୍ପତ୍ତିକୁ ସାଇତି ରଖିବା ଥିଲା ସେମାନଙ୍କର ଏକମାତ୍ର ଚେଷ୍ଟା ।
ଅଧିକ ପଢନ୍ତୁ : ଘର ଭାଙ୍ଗିଦେଲା ପ୍ରଶାସନ ; ଶୀତ କାକରରେ ଖୋଲା ଆକାଶ ତଳେ ଜୀବନ କଟାଉଛନ୍ତି ଲୋକେ
ଦିନ ବେଳେ ଉଛେଦ ସମୟରେ ଉପସ୍ଥିତ ରହିଥିବା ପୋଲିସ ପ୍ରଶାସନ ଓ ବଡ଼ ବଡ଼ ଅଧିକାରୀମାନେ ରାତି ହେବା ପରେ ନିଜ ନିଜ ଘରକୁ ଚାଲିଯାଇଥିବା ବେଳେ ଏମାନଙ୍କ କଥା କିଏ ବା ପଚାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/winter-2026-02-11-09-16-01.jpg)