କନକ ବ୍ୟୁରୋ : ତାରିଣୀ ମନ୍ଦିର ଉନୟନ ପ୍ରକଳ୍ପ ଜମି ଅଧିଗ୍ରହଣ କଲା ପ୍ରଶାସନ । ସରକାରୀ ଜାଗାରୁ ଉଚ୍ଛେଦ ହେଲା ବାସ ଗୃହ । ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଲେ ଗ୍ରାମବାସୀ । ମା'ତାରିଣୀ ମନ୍ଦିର ସମନ୍ୱିତ ପ୍ରକଳ୍ପ ପାଇଁ ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ଘର କରି ରହିଥିବା ୨୨ଟି ଗୃହକୁ ଉଚ୍ଛେଦ ପାଇଁ ଆସିଥିଲେ ପ୍ରଶାସନିକ ଅଧିକାରୀ ।
ସ୍ଥାନୀୟ ଲୋକେ ଉଚ୍ଛେଦକୁ ଜୋରଦାର ବିରୋଧ କରିବା ସହ ଠେଙ୍ଗାବାଡି ଧରି ଧାରଣା ଦେଇଥିଲେ । ପରେ ପ୍ରଶାସନ ଲୋକଙ୍କ ସହ ଆଲୋଚନା କରିବା ପରେ ଲିଖିତ ପ୍ରତିଶୃତି ଦେବାରୁ ଧାରଣା ହଟିବା ସହ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଛି ।
ଅଧିକ ପଢନ୍ତୁ : ଢେଙ୍କାନାଳରେ ତେଜୁଛି ରାଜନୀତି ; ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା
କ୍ଷତିଗ୍ରସ୍ତ ପରିବାରର ଆସବାବ ପତ୍ର ସ୍ଥାନାନ୍ତରଣରେ ସହାୟତା କରିବା ପାଇଁ କିଛି ଶ୍ରମିକ ଓ ଟ୍ରାକ୍ଟରର ବ୍ୟବସ୍ଥା କରାଯିବ । କ୍ଷତିଗ୍ରସ୍ତ ପରିବାରଙ୍କୁ ରେଡକ୍ରସ୍ ଫଣ୍ଡରୁ ପରିବାର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଯୋଗ୍ୟ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ଜମି ଓ ଅନ୍ତଦ୍ୱୟ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପ୍ରଶାସନ ଦେବା ପରେ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/tarini-temple-2026-02-12-08-33-48.jpg)