lalu yadav Photograph: (KANAK NEWS)
କନକ ବ୍ୟୁରୋ: ବିହାରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ । ଆଉ ଏହାରି ଭିତରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମହାମେଣ୍ଟ ସପକ୍ଷରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି । ଦିବଙ୍ଗତ ସମାଜବାଦୀ ନେତା ରାମମନୋହର ଲୋହିଆଙ୍କ କଥାକୁ ଦୋହରାଇ ଲାଲୁ ଏନଡିଏ ସରକାର ବିରୋଧରେ ଭୋଟ୍ ଦେବାକୁ କହିବା ସହିତ ମହାମେଣ୍ଟ ସପକ୍ଷରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି, ୨୦୦୫ରୁ ଜାରି ନୀତିଶ କୁମାର ସରକାରକୁ ୨୦ ବର୍ଷ ଦେଇ ବହୁତ ହୋଇଛି । ଏବେ ତାଓ୍ୱାରୁ ରୋଟି ଓଲଟାଇଦେବା ଦରକାର,ନଚେତ୍ ରୁଟି ପୋଡ଼ିଯିବ ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ ସେୟା କରି ଲେକିଛନ୍ତି, ତାଓ୍ୱାରୁ ରୋଟି ଓଲଟାଇବା ଦରକାର । ନହେଲେ ରୁଟି ପୋଡ଼ିଯିବ । ୨୦ ବର୍ଷ ବହୁତ ହେଲା, ଏବେ ଯୁବ ସରକାର ଏବଂ ନୂଆ ବିହାର ପାଇଁ ତେଜସ୍ୱୀ ସରକାରର ଆବଶ୍ୟକତା ଅଛି । ଏହି ପୋଷ୍ଟ ସହିତ ଲାଲୁ ଯାଦବ ନିଜ ପତ୍ନୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ସହ ଫଟୋ ସେୟାର କରିଛନ୍ତି ।
ଆହୁରି ପଢ଼ନ୍ତୁ : ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ରାମମନୋହର ଲୋହିଆ କଣ କହିଥିଲେ?
ବିଶିଷ୍ଟ ସମାଜବାଦୀ ନେତା ରାମମନୋହର ଲୋହିଆ ସମାଜର ବିକାଶ ଏବଂ ସୁସ୍ଥ ଗଣତନ୍ତ୍ର ପାଇଁ ସରକାର ବଦଳିବା ଜରୁରୀ ବୋଲି କହିଥିଲେ । ସେ କହିଥିଲେ ଯେ, ରୁଟିକୁ ଓଲଟାଇବା ଜାରି ରଖନ୍ତୁ, ଯାହାଫଳରେ ରୁଟି ଠିକ ସେ ହେଇପାରିବ । ଯଦି ରୁଟିକୁ ନ ଓଲଟାଯାଉଛି, ତେବେ ତାହା ପୋଡ଼ିଯିବ । ଅର୍ଥାତ ସମୟ ସହିତ ସତ୍ତା ଆଉ ସରକାର ପରିବର୍ତ୍ତନ ନିହାତି ଜରୁରୀ । ସତ୍ତା ଆଉ ସରକାର ବଦଳିଲେ ସମାଜର ନିମ୍ନ ସ୍ତରରେ ଥିବା ଲୋକ ଏହାର ଲାଭ ପାଇବ । ଆଉ ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡ଼ୁଥିବାବେଳେ, ରାମମନୋହର ଲୋହିଆଙ୍କ ଏହି କଥାକୁ ମନେ ପକାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ।
ଆହୁରି ପଢ଼ନ୍ତୁ : ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଚାଲିଛି ଭୋଟିଂ
ବିହାରରେ ପଡ଼ୁଛି ପ୍ରଥମ ପର୍ଯ୍ୟାୟ ଭୋଟ୍
ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡୁଛି । ଯେଉଁଥିରେ କି ବିହାରର ନେତା ବାଛୁଛନ୍ତି ଜନତା । ତେବେ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୧୧ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ ହେବା ସହିତ ନଭେମ୍ବର ୧୪ରେ ଆସିବ ରେଜଲ୍ଟ । ଯାହାକି ବିହାରର ଭାଗ୍ୟ ନିର୍ଦ୍ଧାରଣ କରିବ । ଖାସ୍ କରି ଏଥର କାହା ସପକ୍ଷରେ ଜନମତ ଯିବ, ତାକୁ ସମସ୍ତେ ଚାହିଁ ବସିଛନ୍ତି । ଗୋଟିଏ ପଟେ ଏନଡିଏ ସତ୍ତା ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରୁଛି, ଅନ୍ୟପଟେ ମହାମେଣ୍ଟ ସରକାରକୁ ଫେରିବାକୁ ଗଣିତ କଷୁଛି । ତେଣୁ ଏହି ଲଢ଼େଇ ଭିତରେ ବିହାରର ଭୋଟର କାହାକୁ ନିଜର ନେତା ବାଛୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କର ନଜର ।
Follow Us