କନକ ବ୍ୟୁରୋ: ନବୀନଙ୍କ ନିଶାନାରେ ବିଜେପି । ନୂଆପଡ଼ା କୋମନାରେ ନିର୍ବାଚନୀ ସମାବେଶରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ବେଳେ ବିଜେପି ସରକାର ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ । ଆଉ ଏବେ ପ୍ରାର୍ଥୀ ଚୋରି କରୁଛନ୍ତି । ଆମ ସହ ହୋଇଥିବା ବେଇମାନିର ଉତ୍ତର ଆସନ୍ତା ନଭେମ୍ବର ୧୧ ତାରିଖରେ ଭୋଟର ଦେବେ ବୋଲି କହିଛନ୍ତି ନବୀନ ।
ଆହୁରି କହିଛନ୍ତି, ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ’ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା । ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ହୋଇଥିଲା । ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିଶନ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା କିନ୍ତୁ ବିଜେପି ସରକାର ଆସିବା ପରେ ପରିସ୍ଥିତି ପୂରା ବଦଳିଯାଇଛି । ରାଜ୍ୟରେ ବିକାଶ ପୂରା ଠପ୍ ପଡ଼ିଯାଇଛି । ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ୮ମାସ ହେଲା ମିଶନ ଶକ୍ତି ମା’ମାନେ ଦରମା ପାଉନାହାନ୍ତି । ଏ ସରକାର କେବଳ ମିଛ ପ୍ରଚାରରେ ମାତିଛନ୍ତି କହି ଟାର୍ଗେଟ୍ କରିଛନ୍ତି ନବୀନ ।
ସେପଟେ, ନବୀନଙ୍କ ନୂଆପଡା ଗସ୍ତ ନେଇ ବିଜେପି ରାଜ୍ୟ ସଭାପତି ମନମହୋନ ସାମଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସମସ୍ତେ ପ୍ରଚାର କରିବେ । ତାଙ୍କ ଦଳର ସଭାପତି ଭାବେ ସେ ପ୍ରଚାରରେ ଯାଇଛନ୍ତି । ମୁଁ ଚାହିଁବି ନିର୍ବାଚନ ସରିବା ପର୍ଯ୍ୟନ୍ତ ସେଠି ରହି ପ୍ରଚାର କରନ୍ତୁ । ଲମ୍ବା ସମୟ ଶାସନରେ ରହି କଣ କଣ ସବୁ ନୂଆପଡ଼ା ପାଇଁ କରିଛନ୍ତି ତାହାର ହିସାବ ଲୋକଙ୍କୁ ଦିଅନ୍ତୁ । ଆମେ ଆଦର୍ଶ ବାଦ ଲଢେଇରେ ବିଶ୍ୱାସ କରୁ ବ୍ୟକ୍ତିଗତ ଲଢେଇରେ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/03/1-2025-11-03-16-04-06.jpg)