କନକ ବ୍ୟୁରୋ: ଢେଙ୍କାନାଳ ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ମୁଖାପିନ୍ଧା ଗ୍ୟାଙ୍ଗ ଦ୍ୱାରା ସଶସ୍ତ୍ର ଡକାୟତି । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁଇ ଜଣଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ।
ଆହୁରି ପଢ଼ନ୍ତୁ : ନୀଳଗିରିରେ ବେଫିକର୍ ଲୁଟେରା ; ବେଧଡ଼କ ଚାଲିଛି ଲୁଟ୍ପାଟ
ସୂଚନା ଅନୁସାରେ ଆମ୍ବପଳାସ ଗାଁର ରମେଶ ମହାପାତ୍ରଙ୍କ ଘରେ ସ୍ତ୍ରୀ ଏକା ଥିବାବେଳେ ଆଠରୁ ଦଶ ଜଣ ମୁଖାପିନ୍ଧା ଦୁର୍ବୃତ୍ତ କବାଟ ଭାଙ୍ଗି ଘରେ ପଶିଥିଲେ । ଘରର ବାହାରୁ ସିସିଟିଭି ତାର କାଟିଥିବାବେଳେ ରମେଶଙ୍କ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ।
ଆହୁରି ପଢ଼ନ୍ତୁ: ଆଇନଜୀବୀଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ ; ୩ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଗହଣା ଲୁଟ୍
ପରେ ମାରଣାସ୍ତ୍ର ଦେଖାଇ ତାଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ବହୁ ମୂଲ୍ୟବାନ ସୁନାଗହଣା ଲୁଟି ନେଲେ । ପରେ ସେହି ଗାଁର ଗଗନ ମହାପାତ୍ରଙ୍କ ଘରେ ପଶି ତାଙ୍କ ମାଙ୍କୁ ସମାନ ଭାବେ ଭୟଭୀତ କରାଇ ସେ ପିନ୍ଧିଥିବା ସୁନା କାନଫୁଲ ଓ ଘରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ଗ୍ୟାଙ୍ଗ । ଏହି ସମୟରେ କିଛି ସ୍ଥାନୀୟ ଲୋକ ଖବର ପାଇଯିବାରୁ ଡକାୟତ ଗ୍ୟାଙ୍ଗ ସେଠାରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପରଜଙ୍ଗ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/04/loot-in-house-2025-11-04-10-19-12.jpg)