କନକ ବ୍ୟୁରୋ: ଗାଁରେ ଚାଲିଥିଲା ଜାଗର ଯାତ୍ରା । ଘର ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ ଲୋକେ । ଏପଟେ ତାଲା ଭାଙ୍ଗି ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗୋଟିଏ ନୁହଁ ୫ଟି ଘରୁ ଲୁଟ୍ ହୋଇଛି । ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଙ୍କୀ ଅଧୀନସ୍ଥ ପୁଇଁଚା ଗାଁରେ ଘଟିଛି ଏଭଳି ସିରିଜ୍ ଚୋରି ଘଟଣା । ଜାଗର ଯାତ୍ରା ପାଇଁ ଗାଁର ଯୁବକଙ୍କ ଦ୍ଵାରା ନାଟକ ପରିବେଷଣ ହେଉଥିଲା । ମନ୍ଦିର ପଡିଆରେ ଜାଗର ଯାତ୍ରା ଚାଲିଥିବା ବେଳେ ସମସ୍ତେ ଘରର ତାଲା ପକାଇ ଯାତ୍ରା ଦେଖୁଥିବା ବେଳେ ଗାଁରେ ପଶିଥିଲେ ଚୋର ଗ୍ୟାଙ୍ଗ । ରାତି ପ୍ରାୟ ସାଢେ ୧୨ଟାରୁ ସାଢ଼େ ଗୋଟାଏ ମଧ୍ୟରେ ଚୋର ଗ୍ୟାଙ୍ଗ ପଶି ଗୋଟିଏ ପରେ ଗୋଟିଏ ଘରେ ବୁଲାଇଛନ୍ତି କଳାକନା । ଗାଁଲୋକେ ଘରକୁ ଆସି ଚୋରି ଘଟଣା ଜାଣିବା ପରେ ବୈଦେଶ୍ୱର ପୋଲିସକୁ ଖବର ଦିଆଯାଇଛି। ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।