କନକ ବ୍ୟୁରୋ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୁଣ୍ଡପାଟଣା ଗାଁ । ଏହି ଗାଁ ଭିତରକୁ ପଶିଲେ ଶୁଭେ ଠନ୍ଠାନ୍ ଶଦ୍ଦ । ମୁଣ୍ଡଝାଳ ତୁଣ୍ଡରେ ମାରି କାରିଗର ଗଢୁଥାଏ ବିଭିନ୍ନ କୁଣ୍ଡ, ଗରା, ଢାଳ, ଥାଳି, ଖଡ଼ିକା, ଚଟୁ, କରଚୁଲି ଇତ୍ୟାଦି ବିଭିନ୍ନ ରକମର ଘରକରଣା ସାମଗ୍ରୀ । ବିଭିନ୍ନ ସ୍ଥାନରୁ ପୁରୁଣା ଭଙ୍ଗା କଂସା ପିତ୍ତଳ ବାସନ ସଂଗ୍ରହ କରି ଆଂଚରେ ଆଉଟି ତରଳ ପଦାର୍ଥକୁ ଛାଂଚରେ ପକାଇବା ପରେ ପିଟିପିଟି ବିଭିନ୍ନ ଆକୃତି ଦିଆଯାଏ । ପରେ ଏହାକୁ ଘଷିମାଜି ବିଭିନ୍ନ ନୂଆ ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ପଠାଥାଏ । ଆଜିବି କୁଣ୍ଡପାଟଣା ଗାଁ କାରିଗରଙ୍କ ହାତ ତିଆରି ବାସନ କୁସନର ଯଥେଷ୍ଟ ଚାହିଦା ରହିଛି । ତେବେ ପୂର୍ବରୁ ଏଠାରେ ଉତ୍ପାଦିତ ସାମଗ୍ରୀଗୁଡ଼ିକ ବାରିପଦା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ସହ ପଶ୍ଚିମବଙ୍ଗକୁ ଭଲ ଯୋଗାଣ ହେଉଥିଲା । ଏବେ ତାହା ଆଂଶିକ ପ୍ରଭାବିତ ହୋଇଛି । ଏହାଛଡ଼ା କେତେକ ସମସ୍ୟା କାରିଗରଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ବାଧକ ସାଜିଛି ।
ଅଧିକ ପଢନ୍ତୁ: ପେଡ଼ା କାରିଗରଙ୍କ ଗାଁ ଧର୍ମଶାଳାର ଥାନୁଆଳ, ୩୦ ରୁ ୪୦ ପରିବାର ପେଡ଼ା ପ୍ରସ୍ତୁତ କରି ପୋଷୁଛନ୍ତି ପେଟ
ନୂଆସାହି, ମଝିସାହି, ଲୁଣିଆ ଭଳି ତିନିଟି ସାହିର ୧୨ଶହ କାରିଗର ଦୀର୍ଘବର୍ଷ ଧରି କଂସା ପିତ୍ତଳ କାମ କରି ପରିବାର ଚଳାଇ ଆସୁଛନ୍ତି । ସମୟ ବଦଳିବା ସହିତ ଲୋକଙ୍କ ରୁଚି ବଦଳିଛି । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି କୁଣ୍ଡପାଟଣା ଗାଁ କାରିଗରଙ୍କ ଉପରେ । ଗୋଟିଏପଟେ ଆବଶ୍ୟକତା ଅନୁଯାୟୀ କଂଚାମାଲ ମିଳୁନାହିଁ, ଅନ୍ୟପଟେ ଷ୍ଟିଲ ଓ ପ୍ଲାଷ୍ଟିକ ସାମଗ୍ରୀ ଲୋକଙ୍କ ପସନ୍ଦ ପାଲଟିଛି । ଫଳରେ କଂସା ପିତଳ ବାସନ ବ୍ୟବହାର କମିଯାଇଛି । ଦିନଥିଲା ଏହି ଗାଁରେ ଶହେରୁ ଅଧିକ ଶାଳ ଥିଲା । ଶହଶହ କାରିଗର ବାସନ କୁସନ ପ୍ରସ୍ତୁତ କରି ପରିବାର ଚଳାଉଥିଲେ । ଏବେ ଏହି ଶାଳ ସଂଖ୍ୟା ୬୦କୁ ଖସି ଆସିଛି । ଆବଶ୍ୟକ ପରିମାଣର କୋଇଲା ଓ ଅଙ୍ଗାରର ଅଭାବ ଏହି ବ୍ୟବସାୟରେ ବାଧକ ସାଜିଛି । ବଜାର ଚାହିଦା କମିବାରୁ ଧୀରେ ଧୀରେ କାରିଗର ଏହି ବୃତ୍ତିରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି । କାରିଗରଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବଜାର ସୁବିଧା ସହ କିଛି ପ୍ରୋତ୍ସାହନ ଦିଆଗଲେଲେ, କାରିଗରମାନେ ଉପକୃତ ହୋଇପାରନ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/07/kansa-karigar-2025-12-07-21-35-07.png)