କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରବଳ ଶୀତ ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । କୁହୁଡ଼ି ଆସ୍ତରଣରେ ସାରା ସହର । ଯାତାୟତ ବାଧାପ୍ରାପ୍ତ ହୋଇଛି । ପାରଳାଖେମୁଣ୍ଡି ସହରରେ ସମେତ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ପଡ଼ିଛି । ସକାଳୁ ସକାଳୁ ଖେଳପଡିଆରେ ଲୋକଙ୍କ ଭିଡ଼ ଜମୁଛି । ଯୋଗ, ଜଗଗିଂ କରି ନିଜକୁ ଫିଟ୍ ରଖିବାକୁ ଅଭ୍ୟାସ କରୁଛନ୍ତି ଲୋକ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୋଉଁଥିବା ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ : ରାଜ୍ୟରେ କମିଛି ଶୀତର ତାପମାତ୍ରା : ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ
ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାଡ଼ସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି । ଏଥିସହ ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ବୃଦ୍ଧି ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/05/cold-wave-2025-12-05-08-57-05.jpg)