କନକ ବ୍ୟୁରୋ: ମାଲାମାଲ୍ ହେଲେ ଖେଳାଳି, ଟଙ୍କା ବର୍ଷା କଲେ ଫ୍ରାଞ୍ଚାଇଜ୍ । ଆଇପିଏଲ୍ ଖେଳାଳି ନିଲାମରେ ଆଜି ପ୍ଲେୟାରଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍ । ତେବେ ଏହି କ୍ରମରେ ଶ୍ରୀଲଙ୍କାର ଦ୍ରୁତ ବୋଲର ମଥୀଶା ପଥିରାନାଙ୍କୁ ୧୮ କୋଟି ଟଙ୍କା ଦେଇ ନିଜ ଟିମରେ ସାମିଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳୁଥିବା ଏହି ଖେଳାଳିଙ୍କୁ ଏଥର ନିଜ ଟିମରେ ସାମିଲ କରିଛି କେକେଆର୍ । ତେବେ ଅକ୍ସନକୁ ଆସିବା ସହିତ ପଥିରାନାଙ୍କୁ ନେବାକୁ ଏକାଧିକ ଫ୍ରାଞ୍ଚାଇଜ୍ ନିଜର ବିଡ୍ ଲଗାଇଥିଲେ । ହେଲେ ଶେଷରେ କିନ୍ତୁ ବାଜି ମାରିଛି କେକେଆର୍ । ସେପଟେ ଭାରତୀୟ ସ୍ପିନ୍ ବୋଲର ରବି ବିଷ୍ଣୋଇ ସମସ୍ତଙ୍କୁ ଚମକାଇ ୭ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ନିଜ ଟିମରେ ସାମିଲ କରିଛି । ଏହାସହ ଦେଖିବାକୁ ଗଲେ ଶ୍ରୀଲଙ୍କାର ସ୍ପିନ ବୋଲର ମହୀଶ ତିକ୍ଷଣା ଏବଂ ଆଫଗାନୀ ସ୍ପିନର ମୁଜିବ ଉର ରେହମାନଙ୍କୁ କୌଣସି ପ୍ରାଞ୍ଚାଇଜ୍ କିଣିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି । 

Advertisment

ଏହାସହ ଆଜି କ୍ୟାମରନ ଗ୍ରୀନ୍‌ଙ୍କୁ କିଣିବା ପାଇଁ ଅନେକ ଦଳ ମଧ୍ୟରେ ନିଲାମ ଟେବୁଲରେ ଲଢେଇ ଦେଖିବାକୁ ମିଳିଥିଲା । ରାଜସ୍ଥାନ ରୟାଲ୍ସ ଏବଂ କେକେଆର ମଧ୍ୟରେ ଗ୍ରୀନ୍‌ଙ୍କ ପାଇଁ ଦୀର୍ଘ ସମୟ ଧରି ଲଢେଇ ଚାଲିଥିଲା । ଏହାପରେ ଚେନ୍ନାଇ ଏବଂ କେକେଆର ମଧ୍ୟରେ ଗ୍ରୀନ୍‌ଙ୍କ ପାଇଁ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ହେଲେ ଶେଷରେ ଗ୍ରୀନ୍‌ଙ୍କୁ କେକେଆର ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ।

ଆହୁରି ପଢ଼ନ୍ତୁ : ଦୂତୀ କରିବେ ରାଜନୀତି: ବିଧାୟକ ହେବା ପାଇଁ ଲଢ଼ିବେ ନିର୍ବାଚନ

ସେହିପରି ଭେଙ୍କଟେଶ ଆୟରଙ୍କୁ ନେଇ ଆରସିବି ଏବଂ କେକେଆର ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ହେଲେ ଶେଷରେ ଆରସିବି ୭ କୋଟି ଟଙ୍କାରେ ତାଙ୍କୁ ନିଜ ଦଳରେ ସାମିଲ କରିଛି । ଭାରତୀୟ ଅଲରାଉଣ୍ଡର ଭେଙ୍କଟେଶ ଆୟର ଠିକ ଏହି ଦିନ ସୟଦ ମୁସ୍ତାକ ଅଲି ଟ୍ରଫିରେ ଏକ ଧମାକାଦାର ଇନିଂସ ଖେଳି ଫ୍ରାଞ୍ଚାଇଜି ଦଳଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଛନ୍ତି । ମହାରାଷ୍ଟ୍ରର ପୁଣେ ସ୍ଥିତ ଡିୱାଇ ପାଟିଲ ଏକାଡେମୀରେ ପଞ୍ଜାବ ବିପକ୍ଷ ସୁପର ଲିଗ୍ ଗ୍ରୁପ୍ ଏ ମ୍ୟାଚରେ ମଧ୍ୟପ୍ରଦେଶ ପାଇଁ ଖେଳୁଥିବାବେଳେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ୪୩ ବଲରେ ୭୦ ରନର ଏକ ଚମତ୍କାର ପାଳି ଖେଳିଥିଲେ ।