କିଏ କେକେଆରର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଆୟର? କେମିତି ଦଳରେ ସ୍ଥାନ ପାଇଲେ ପଢନ୍ତୁ…

211

କନକ ବ୍ୟୁରୋ: ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରେ କୋଲକାତା ଫୁଲ ଦମରେ ନଜର ଆସୁଛି । କୋଲକାତା ଖେଳିଥିବା ୨ଟି ମ୍ୟାଚରେ ବିଜୟୀ ହୋଇଛି । ଆଉ ଏହାସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚି ସାରିଛି । ତେବେ ଗତ ଦୁଇଟି ମ୍ୟାଚରେ କୋଲକାତା ପାଇଁ ହିରୋ ସାଜିଛନ୍ତି ଭେଙ୍କଟେଶ ଆୟର ।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା ପକ୍ଷରୁ ଓପନିଂ କରୁଥିବା ଏହି ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନଙ୍କୁ ହୁଏତ ଆପଣ ପ୍ରଥମ ଥର ପାଇଁ ଦେଖୁଥିବେ । କାରଣ ଚଳିତ ଆଇପିଏଲରେ ସେ ଡେବ୍ୟୁ କରିଛନ୍ତି । ଡେବ୍ୟୁ ମ୍ୟାଚରେ ହିଁ ସେ ଦୁର୍ଦ୍ଦଶ ବ୍ୟାଟିଂ କରୁଥିବାର ନଜର ଆସିଥିଲେ ।

ବାଙ୍ଗାଲୋର ବିପକ୍ଷରେ ନିଜ ଡେୁବ୍ୟ ମ୍ୟାଚରେ ବେଙ୍କଟେଶ ୪୧ ରନ ଖେଳି ନଟଆଉଟ ରହିଥିଲେ । ଏଥିରେ ସେ ୭ ଚୌକା ଓ ଗୋଟିଏ ଛକା ବଳରେ ୪୧ ରନ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ଦୁର୍ଦ୍ଦଶ ବ୍ୟାଟିଂ କରି ମୁମ୍ବାଇ ବୋଲରଙ୍କ ନିଦ ହଜାଇ ଦେଇଥିଲେ । ବୁମରାହ, ବୋଲ୍ଟ ଭଳି ବୋଲରଙ୍କୁ ମଧ୍ୟ ସେ ଛାଡିନଥିଲେ । ଏହି ମ୍ୟାଚରେ ସେ ୩୦ ବଲରେ ୫୩ ରନ କରିଥିଲେ ଯେଉଁଥିରେ ୩ ଛକା ଓ ୪ ଚୌକା ରହିଥିଲା ।

ତେବେ ଆଇପିଏଲ ଆରମ୍ଭରୁ କୋଲକାତା ଭଲ ପ୍ରଦର୍ଶନ କରିପାରିନଥିଲା । ହେଲେ କରୋନା ଯୋଗୁଁ ଆଇପିଏଲ ବନ୍ଦ ହେବା ପରେ କୋଲକାତା ନିଜକୁ ସୁଧାରିଥିଲା । ଅଭ୍ୟାସ ବେଳେ ଭେଙ୍କଟେଶ ଦୁର୍ଦ୍ଦଶ ବ୍ୟାଟିଂ କରିଥିଲେ । ସେ ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଭଳି ବୋଲରଙ୍କୁ ଛକା ଚୌକା ମାରିଥିଲେ । ଏଭଳି ଦୁର୍ଦ୍ଦଶ ବ୍ୟାଟିଂ ଯୋଗୁଁ ଚୟନକର୍ତ୍ତା ତାଙ୍କୁ ଦଳରେ ସାମିଲ କରିଥିଲେ ।

ମଧ୍ୟପ୍ରଦେଶରେ ଜନ୍ମିତ ଏହି କ୍ରିକେଟର ଘରୋଇ ମ୍ୟାଚ ଖେଳି ସାରିଛନ୍ତି । ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ ଯୋଗୁଁ ସେ ଆଇପିଏଲରେ ସ୍ଥାନ ପାଇଥିଲେ । ୨୦୨୧ରେ କୋଲକାତା ତାଙ୍କୁ ୨୦ଲକ୍ଷ ଟଙ୍କାରେ କିଣିଥିଲା ।