କନକ ବ୍ୟୁରୋ:ରାଜନୀତି ରେସ୍ରେ ଦୌଡ଼ିବେ ଦୂତୀ, କରିବେ ପ୍ରତ୍ୟକ୍ଷ ରାଜନୀତି। ଏନେଇ ବଡ଼ ଘୋଷଣା କରିଛନ୍ତି ନିଜେ ଦୂତୀ ଚାନ୍ଦ । ତେବେ ତାଙ୍କ କହିବା ମୁତାବକ, ସେ ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ, ଜନପ୍ରତିନିଧି ହୋଇ ଜନତାଙ୍କ କରିବେ ସେବା। ତେବେ ସେ କେଉଁ ଦଳରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ତାହା ସମୟ କହିବ ବୋଲି କହିଛନ୍ତି ଏହି ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ। ତା ସହିତ ଦୂତୀ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ମା ଦୁଇ ଦୁଇ ଥରର ସରପଞ୍ଚ ହୋଇଛନ୍ତି , ବିଧାୟକ ହେବାକୁ ମଧ୍ୟ ତାଙ୍କର ସ୍ବପ୍ନ ଥିଲା। ତେଣୁ ତାଙ୍କ ଝିଅ ହିସାବରେ ମାଆଙ୍କର ଏହି ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି ଦୂତୀ।
ଆହୁରି ପଢ଼ନ୍ତୁ : ହଜିବାକୁ ବସିଛି ପାଲା ପରମ୍ପରା ; ଦିଗ ହରାଇଲାଣି ଦାସକାଠିଆ
ରାଜନୀତି କରିବେ ଦୂତୀ
- ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବାକୁ ଦୂତୀଙ୍କ ଇଚ୍ଛା
- କହିଲେ ‘ରାଜନୀତି ବିନା ସାମଜସେବା ସମ୍ଭବ ନୁହେଁ’
- ମାଆଙ୍କ ସ୍ବପ୍ନ ପୂରଣ କରିବାକୁ ଚାହୁଥିବା କହିଲେ ଦୂତୀ
- ମାଆ ସରପଞ୍ଚ ଥିବାବେଳେ ବିଧାୟକ ହେବାକୁ ଥିଲା ଇଚ୍ଛା
- ମାଆଙ୍କ ଇଚ୍ଛା ପୂରଣ ହୋଇନଥିବାରୁ ନିଜେ ରାଜନୀତିକୁ ଓହ୍ଳାଇବେ
- ରାଜନୀତିରେ ପ୍ରବେଶ କରି ବିଧାୟକ ହେବାକୁ ଇଚ୍ଛା ଜାହିର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/16/dutee-chand-2025-12-16-16-25-04.jpg)